Canada

ଆମେରିକାର ସାମଗ୍ରୀ ଉପରୁ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ କାନାଡା

Spread the love

ନୂଆଦିଲ୍ଲୀ: କାନାଡା ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ। ଯଦିଓ ଷ୍ଟିଲ୍, ଆଲୁମିନିୟମ ଏବଂ ଅଟୋମୋବାଇଲ୍ ଉପରେ ଶୁଳ୍କ ସମାନ ରହିବ।

ନିକଟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍‌ରେ ଆଲୋଚନା କରିଥିଲେ। ଯାହା ପରେ କାର୍ନି ପ୍ରତିଶୋଧମୂଳକ ଶୁଳ୍କ ହଟାଇବା ନେଇ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ହ୍ରାସ କରିବ ବୋଲି ଆଶା କରାଯାଉଛି।

ଏହି ଘୋଷଣା USMCA (US-ମେକ୍ସିକୋ-କାନାଡା ଚୁକ୍ତିନାମା) ଅଧୀନରେ କରାଯାଇଛି। USMCA ଅଧୀନରେ ଆସୁଥିବା ସମସ୍ତ ଉତ୍ପାଦକୁ ଛାଡ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। USMCA ୧ ଜୁଲାଇ ୨୦୨୦ ରେ ଉତ୍ତର ଆମେରିକୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (NAFTA) ପରିବର୍ତ୍ତେ କାର୍ଯ୍ୟକାରୀ ହୋଇଥିଲା। ଏହି ଚୁକ୍ତିନାମା ଆମେରିକା, ମେକ୍ସିକୋ ଏବଂ କାନାଡା ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜବୁତ କରିବା ଏବଂ ବାଣିଜ୍ୟକୁ ଅଧିକ ସନ୍ତୁଳିତ କରିବା ପାଇଁ ଲକ୍ଷ୍ୟ ରଖିଛି।

ଏହି ନିଷ୍ପତ୍ତି କାନାଡା ଦ୍ୱାରା ଏପରି ସମୟରେ ନିଆଯାଇଛି ଯେତେବେଳେ ଉଭୟ ଦେଶ ଏକ ବ୍ୟାପକ ବାଣିଜ୍ୟ ଚୁକ୍ତିନାମା ବିଷୟରେ ଆଲୋଚନା କରୁଛନ୍ତି। ଆମେରିକା ଅଗଷ୍ଟରେ କାନାଡା ଉପରେ ୩୫% ଶୁଳ୍କ ଲାଗୁ କରିଥିଲା। ଯାହାର ଜବାବରେ କାନାଡା ଅନେକ ଆମେରିକୀୟ ସାମଗ୍ରୀ ଉପରେ ୨୫% ଟିକସ ଲାଗୁ କରିଥିଲା। ଅପରପକ୍ଷରେ କାନାଡା ପ୍ରଧାନମନ୍ତ୍ରୀ କାର୍ନି କହିଛନ୍ତି ଯେ ଏହି ପଦକ୍ଷେପ ୱାଶିଂଟନ ସହିତ ବାଣିଜ୍ୟ ଆଲୋଚନାକୁ ଆହୁରି ତ୍ୱରାନ୍ୱିତ କରିବ।

Leave a Reply

Your email address will not be published. Required fields are marked *