Screenshot 2025 08 08 125224 750

୫୧୦ ଲିଟର ବେଆଇନ ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ

Spread the love

ଭଦ୍ରକ: ଭଦ୍ରକ ଅବକାରୀ ବିଭାଗକୁ ବଡ଼ ସଫଳତା। ଏଠାରେ ଚଢ଼ାଉ କରି ୫୧୦ ଲିଟର ବେଆଇନ ଦେଶୀ ମଦ ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିବା ନେଇ ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବାଇକ୍‌ ଏବଂ ଏକ ସ୍କୁଟି ଜବତ କରାଯାଇଛି ।

ସୂଚନା ମୁତାବକ, ଭଦ୍ରକ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠିନ କରାଯାଇଥିଲା। ଏହି ଟିମ୍‌ ବନ୍ତ ଥାନା ଅଞ୍ଚଳରେ ଚଢ଼ାଉ କରିଛି। ଗଭରପୁର ଏବଂ ଛୟାଳସିଂ ଗ୍ରାମ ଅଞ୍ଚଳରେ ଚଢ଼ାଉ କରି ୫୧୦ ଲିଟର ଦେଶୀ ମଦ ସହିତ ଗୋଟିଏ ବାଇକ୍‌ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି।

ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ମଦ ସହ ମୋଟର ସାଇକେଲ ଏବଂ ସ୍କୁଟିର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *