Untitled 2025 08 05 19 31 35

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାକୁ ଆଦିବାସୀ ମହିଳାଙ୍କୁ ମିଳିଲା ନିମନ୍ତ୍ରଣ

Spread the love

ରାଇରଙ୍ଗପୁର : ଆସନ୍ତା ୧୫ ଅଗଷ୍ଟ ୨୦୨୫ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏକ ନୈଶ ଭୋଜିରେ ରାଇରଙ୍ଗପୁର ଅଂଚଳର ଜଣେ ସାଧାରଣ ଆଦିବାସୀ ମହିଳା ଯୋଗଦେବେ ବୋଲି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ସୂଚନା ଅନୁଯାୟୀ ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ଆସିଛି ନିମନ୍ତ୍ରଣ।
ରାଇରଙ୍ଗପୁର ଡାକ ମଣ୍ଡଳର ଇନିସପେକ୍ଟର ତନ୍ମୟ କୁମାର ସାହୁ, କାଠଭାରିଆ ଶାଖାର ବିପିଏମ୍ ଅବିନାଶ ହେମ୍ବ୍ରମ୍, କାଠଭାରିଆ ଏବିପିଏମ୍ ଆନନ୍ଦ ରାଇଦାସ ପ୍ରମୁଖ ପହଞ୍ଚି ସୁରୁଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ସୁରୁ ଜଣେ ଆଦିବାସୀ ବର୍ଗର ଗରିବ ମହିଳା। ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ନିମନ୍ତ୍ରଣ ପାଇବା ପରେ ସେ ବହୁତ୍ ଉତ୍ସାହିତ ଅଛନ୍ତି । ସେ କେବେ ଭାବିନଥିଲେ ଯେ ରାଷ୍ଟ୍ରପତି ଭବନରେ ଏକ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି । ଏନେଇ ଖୁସି ବ୍ୟକ୍ତ କରିଛନ୍ତି ସୁରୁ ତିରିଆ । ସେ ଅବିବାହିତ ଥିବାରୁ ତାଙ୍କ ଭାଇ, ଭାଉଜ, ପୁତୁରା ଓ ନାତି ନାତୁଣୀଙ୍କ ସହିତ ରୁହନ୍ତି । ସେ ଚାଷ କାର୍ଯ୍ୟ ସମେତ ଛେଳି,ଗୋରୁ ପ୍ରଭୃତି ଚରାଇବାରେ ପରିବାରକୁ ସହଯୋଗ କରନ୍ତି ।

Leave a Reply

Your email address will not be published. Required fields are marked *