Xr:d:daft5dqyb3m:28,j:128257502,t:22120806

ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଚିଠି ଲେଖି ଉତ୍ତର ମାଗିଲେ ଡିମ୍ପଲ ଯାଦବ

Spread the love

ନୂଆଦିଲ୍ଲୀ: ନିକଟରେ ଯୋଗୀ ସରକାର ନେଇଥିବା ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ବିରୋଧ କରି ଜିଲ୍ଲା ମାଜିଷ୍ଟ୍ରେଟ୍ ମୈନପୁରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଡିମ୍ପଲ ଯାଦବ ଜିଲ୍ଲାରେ ସ୍କୁଲଗୁଡ଼ିକୁ ବନ୍ଦ/ମିଶ୍ରଣ/ଯୋଡ଼ିବା ନିର୍ଦ୍ଦେଶ ଦ୍ୱାରା ପ୍ରଭାବିତ ଶ୍ରେଣୀଗୁଡ଼ିକର ବିସ୍ତୃତ ସୂଚନା ପ୍ରଦାନ କରିବା ସମ୍ପର୍କରେ ଜିଲ୍ଲା ମାଜିଷ୍ଟ୍ରେଟ୍ ମୈନପୁରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।
ଏହି ଚିଠିରେ ଡିମ୍ପଲ ଲେଖିଛନ୍ତି , ‘ସୂଚନା ମିଳିଛି ଯେ ମୈନପୁରୀ ଜିଲ୍ଲାରେ ୯୪୩ ସ୍କୁଲ ଚିହ୍ନଟ କରାଯାଇଛି, ଯେଉଁଥିରୁ ୩୪୧ ସ୍କୁଲକୁ ବନ୍ଦ କରିବା କିମ୍ବା ସେଗୁଡ଼ିକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ କିମ୍ବା ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ସିଧାସଳଖ ହଜାର ହଜାର ପିଲା ଏବଂ ସେମାନଙ୍କ ପରିବାର ପ୍ରଭାବିତ ହେବେ।
ଏହି ଆଦେଶ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ବର୍ଗୀକରଣ, ଜାତି ବର୍ଗୀକରଣ ,ପ୍ରଭାବିତ ପିଲାଙ୍କ ମୋଟ ସଂଖ୍ୟା ଏବଂ ଗ୍ରାମ ଏବଂ ବ୍ଲକର ତାଲିକାର ସୂଚନା ଦିଆଯାଉ। ଏହା ବ୍ୟତୀତ ସ୍କୁଲ ବନ୍ଦ ହେବା ପରେ କେଉଁ ବିକଳ୍ପ ପରିବହନ ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି ସେ ବିଷୟରେ ସୂଚନା।
ଏହି ନିଷ୍ପତ୍ତି ଉପରେ ପିଲାମାନଙ୍କ ପିତାମାତାଙ୍କଠାରୁ କୌଣସି ଲିଖିତ ସମ୍ମତି କିମ୍ବା ଆପତ୍ତି ନିଆଯାଇଥିଲା କି? ଯଦି ନିଆଯାଇଛି, ତେବେ ସେହି ଡକ୍ୟୁମେଣ୍ଟଗୁଡ଼ିକର କପି ପ୍ରଦାନ କରାଯିବା ଉଚିତ।
ଦୟାକରି ମିଶ୍ରଣ ହୋଇଥିବା ସ୍କୁଲଗୁଡ଼ିକର ଏକ ତାଲିକା ପ୍ରଦାନ କରନ୍ତୁ, କେଉଁ ସ୍କୁଲରେ ସେମାନଙ୍କର ଶିକ୍ଷକ, ପ୍ରଶିକ୍ଷକ, ଶିକ୍ଷାମିତ୍ର, ରୋଷେୟା ଏବଂ ଅନ୍ୟାନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏହା ସହିତ ଡିମ୍ପଲ କହିଛନ୍ତି, ‘ ମୋ ମତରେ ଜନସ୍ୱାର୍ଥରେ ସ୍ୱଚ୍ଛତା ପାଇଁ ଏହି ସମସ୍ତ ସୂଚନା ଶୀଘ୍ର ପଠାଯିବା ଉଚିତ।’

Leave a Reply

Your email address will not be published. Required fields are marked *