Rahul

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

Spread the love

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ସୋସିଆଲ ମିଡିଆ Xରେ ପୋଷ୍ଟ କରି ରାହୁଲ ଉଲ୍ଲେଖ କରିଛନ୍ତି ଯେ ନ୍ୟାୟ ପାଇଁ ଲଢୁଥିବା ଝିଅକୁ ସିଧା ବିଜେପି ସିଷ୍ଟମ ଦ୍ବାରା ହତ୍ୟା କରାଯାଇଛି । ଯୌନଶୋଷଣ ବିରୋଧରେ ଛାତ୍ରୀ ଜଣକ ସ୍ବର ଉଠାଇଥିଲେ । କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ଧମକ ଦିଆଗଲା । ବାରମ୍ବାର ଅପମାନିତ କରାଗଲା । ଯିଏ ରକ୍ଷା କରିବା କଥା ସିଏ ହିଁ ମନୋବଳ ଭାଙ୍ଗି ଚାଲିଥିଲେ । ଇଏ ଆତ୍ମହତ୍ୟା ନୁହେଁ ସିଷ୍ଟମ ଦ୍ବାରା ସଂଗଠିତ ହତ୍ୟା ବୋଲି କହିଛନ୍ତି ରାହୁଲ । ଓଡ଼ିଶା ହେଉ କିମ୍ବା ମଣିପୁର । ଦେଶର ଝିଅମାନେ ମରୁଛନ୍ତି । ପ୍ରଧାନମନ୍ତ୍ରୀ ଆପଣ କାହିଁକି ଚୁପ୍ ବସିଛନ୍ତି । ଜବାବ ରଖନ୍ତୁ ବୋଲି ରାହୁଲ କହିଛନ୍ତି ।

Leave a Reply

Your email address will not be published. Required fields are marked *