Er

ଦଳ କହିଲେ ଗେଟ୍ ଖୋଲିବି ବନ୍ଦ କରିବି : କହ୍ନୈୟା କୁମାର

Spread the love

ପାଟନା : କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ ।

ପାଟନାଠାରେ ଏକ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କୁ ନିର୍ବାଚନ ଲଢିବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ ଯେ ରାଜନୀତି ବ୍ୟକ୍ତିଗତ ପସନ୍ଦ ନୁହେଁ। ରାଜନୀତି ଏକ ସାମୂହିକ ଦାୟିତ୍ୱ। ଏହାର ସମସ୍ତ କାର୍ଯ୍ୟ ସମାନ। ଯେପରି ସବୁ ଯନ୍ତ୍ରପାତିର ମିଶ୍ରଣରେ ଏକ ଗାଡ଼ି ଚାଲେ, ରାଜନୀତି ମଧ୍ୟ ସେହିପରି ଚାଲିଥାଏ। ଯଦି ଦଳ କହିବ, ମୁଁ ନିର୍ବାଚନ ଲଢ଼ିବି, ଯଦି ଦଳ କହିବ, ମୁଁ ଦଳୀୟ କାର୍ଯ୍ୟାଳୟରେ ଦ୍ୱାରପାଳ ଭାବରେ କାମ କରିବି- ଗେଟ୍ ଖୋଲିବି ଓ ବନ୍ଦ କରିବି। ବିହାରରେ ଚାଲିଥିବା କଂଗ୍ରେସ ଗାଡ଼ିରେ ଆମେ ଅଲରାଉଣ୍ଡର।

ମହାରାଷ୍ଟ୍ରରେ ଚାଲିଥିବା ଭାଷା ବିବାଦ ସଂପର୍କରେ ସେ କହିଛନ୍ତି ଯେ ତାଙ୍କୁ ଅଧିକ ଭାଷା ଆସେନାହିଁ । କିନ୍ତୁ ତାଙ୍କର ମାତୃଭାଷା ଗୋଟିଏ ହୋଇପାରେ । ତେବେ ସେ ସବୁ ଭାଷାକୁ ସମ୍ମାନ କରନ୍ତି ।

Leave a Reply

Your email address will not be published. Required fields are marked *