Rahul

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ

Spread the love

ଭୁବନେଶ୍ୱର : ଷଡଯନ୍ତ୍ର କରୁଛନ୍ତି ସରକାର । ଆନ୍ଦୋଳନର ସମାଧାନ ନକରି ଲୋକଙ୍କୁ ତ ହଇରାଣ କରଛନ୍ତି ତା ସହ କଂଗ୍ରେସର କାର୍ଯ୍ୟକ୍ରମ ମଧ୍ୟ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ପିସିସ ସଭାପତି ଭକ୍ତ ଚରଣ ଦାସ । କାଲି ଓଡ଼ିଶା ଆସିବେ ରାହୁଲ। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ ଲୋକସଭା ବିରୋଧୀ ଦଳ ନେତା । ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଉପସ୍ଥିତ ରହିବେ।

ବଡ଼ ସମାବେଶ ପାଇଁ କଂଗ୍ରେସ ଉଦ୍ୟମ କରିଛି। କୃଷକ, ଦଳିତ, ନାରୀ ନିର୍ଯାତନା, ସାମାଜିକ ନ୍ୟାୟଠାରୁ ଆରମ୍ଭ କରି ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ରାହୁଲ ଡବଲ ଇଂଜିନ ସରକାର ବିରୋଧରେ ରଣହୁଙ୍କାର ଦେଇପାରନ୍ତି । ତାଙ୍କ ଗସ୍ତକୁ ସଫଳ କରିବାକୁ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି । କିନ୍ତୁ ଏପଟେ ଚାଲିଛି ଡ୍ରାଇଭରଙ୍କ ଆନ୍ଦୋଳନ । ଆନ୍ଦୋଳନ ଯୋଗୁ ବନ୍ଦ ରହିଛି ଗାଡି ଚଳାଚଳ । ଫଳରେ କାର୍ଯ୍ୟକ୍ରମରେ କର୍ମୀଙ୍କ ସାମିଲ ହେବା ନେଇ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *