Trump 1 750x430

ଭାରତ ଉପରେ ୫୦୦% ଶୁଳ୍କ ଲଗାଇବ ଆମେରିକା ! ଟ୍ରମ୍ପ କହିଲେ-‘ଏହା ସମ୍ପୂର୍ଣ୍ଣ ମୋ ପସନ୍ଦ’

Spread the love

ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା। ରୁଷ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲ ଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ। ଏ ସମ୍ପର୍କିତ ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଇସାରା କରିଛନ୍ତି। ଏହା ସମ୍ପୂର୍ଣ୍ଣ ତାଙ୍କ ପସନ୍ଦ(ଇଚ୍ଛା ଉପରେ ନିର୍ଭରଶୀଳ) ବୋଲି ଟ୍ରମ୍ପ କହିଛନ୍ତି।

ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ରୁଷ ସହିତ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଦେଶଗୁଡ଼ିକ ଉପରେ ସେ ବଡ଼ ଶୁଳ୍କ ଲାଗୁ କରିବେ। ଏପରି କି ସେ ‘ଦ ସାଙ୍କସନିଂ ରୁଷ ଆକ୍ଟ-୨୦୨୫କୁ ମଧ୍ୟ ସମର୍ଥନ କରିଥିଲେ, ଯେଉଁ ଆଇନରେ ରୁଷଠାରୁ ତୈଳଜାତ ଉତ୍ପାଦ କ୍ରୟ କରୁଥିବା ଭାରତ ଏବଂ ଚୀନ ଉପରେ ୫୦୦% ଶୁଳ୍କ ଲାଗୁ କରିବାର ପ୍ରାବଧାନ ରହିଛି। ଏହି ପ୍ରାବଧାନ ସମ୍ପର୍କରେ ଟ୍ରମ୍ପଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭରଶୀଳ ବୋଲି ଟ୍ରମ୍ପ କହିଥିଲେ।

Leave a Reply

Your email address will not be published. Required fields are marked *