Screenshot 2025 07 10 104229

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା

Spread the love

ସମ୍ବଲପୁର: ହୀରାକୁଦର ପ୍ରଥମ ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଫୁଲୁଛି ମହାନଦୀ। ପ୍ରତି ସେକେଣ୍ଡରେ ମୁଣ୍ଡଳୀରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମୁଣ୍ଡଳୀର ଅପ୍ ଷ୍ଟ୍ରିମରେ ଜଳସ୍ତର ୮୬.୭୦ ଫୁଟ୍ ରହିଛି। ମୁଣ୍ଡଳୀର ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୩.୬୦ ଫୁଟ୍ ରହିଛି।

ସେହିପରି ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା। ଏବେ ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।ହୀରାକୁଦ ଡ୍ୟାମ୍‌ ବାମପଟର ୧୧ ଗେଟ୍‌ ଖୋଲା ରହିଛି। ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳସ୍ତର ୬୦୫ ଦଶମିକ ୩୯ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୨୫୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି।

ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୮ ହଜାର ୪୬୯ କ୍ୟୁସେକ୍ ଜଳ ନିଷ୍କାସିତହେଉଛି। ସ୍ପିଲ୍‌ୱେ ପାଇଁ ଯାଉଛି ୨ ଲକ୍ଷ ୩୧ ହଜାର ୬୬୪ କ୍ୟୁସେକ୍ ପାଣି। ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୫୭୦ କ୍ୟୁସେକ୍ ପାଣି। ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି।

Leave a Reply

Your email address will not be published. Required fields are marked *