Kapil Mishra 1740031586262 1740031586601

କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ବନ୍ଦ୍‌ ହେବ ମାଂସ ଦୋକାନ

Spread the love

ନୂଆଦିଲ୍ଳୀ: କାଉଡ଼ିଆ ଯାତ୍ରାକୁ ନେଇ ନୂଆ ନିୟମ ଲାଗୁ କଲା ଦିଲ୍ଲୀ ପ୍ରଶାସନ। ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ରା କହିଛନ୍ତି।
ତେବେ ସେ ଏହା ସ୍ପଷ୍ଟ କରିନାହାନ୍ତି ‌ଯେ ଏହି ନିଷେଧ କେବଳ ତୀର୍ଥ ଯାତ୍ରା ବାଟରେ ପଡୁଥିବା ମାଂସ ଦୋକାନଗୁଡ଼ିକ ପାଇଁ ପ୍ରଯୁଜ୍ୟ କି ସବୁ ଦୋକାନ ପାଇଁ।
ମିଶ୍ରା ସାମ୍ବାଦିକମାନଙ୍କୁ ଆହୁରି ବି କହିଛନ୍ତି ଯେ , ‘‘ଏହି ମାଂସ ଦୋକାନଗୁଡ଼ିକ ମଧ୍ୟରୁ ଅଧିକାଂଶ ବେଆଇନ ଭାବେ ଚାଲୁଛି। କାଉଡ଼ିଆ ଯାତ୍ରା ସମୟରେ ସେମାନେ ନିହାତି ଭାବରେ ସେମାନଙ୍କ ଦୋକାନ ବନ୍ଦ୍‌ ରଖିବା ଉଚିତ୍‌।’’
କାଉଡିଆ ଯାତ୍ରା ସମୟରେ ୟୁପିରେ ଯେପରି ମାଛ, ମାଂସ ସମ୍ପୂର୍ଣ୍ଣ ବନ୍ଦ ରୁହେ ସେହିପରି ଦିଲ୍ଲୀରେ ଏହି ଥର ମଧ୍ୟ କାଉଡିଆ ଯାତ୍ରା ସମୟରେ ମାଛ ମାଂସ ଦୋକାନ ବନ୍ଦ ରହିବ । ଏନେଇ ରେଖା ଗୁପ୍ତା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାରଙ୍କ ଏହି ପ୍ରସ୍ତୁତି ଜାଣିବା ପରେ ଦିଲ୍ଲୀରେ ମାଛ-ମାଂସ ଦୋକାନରେ ତାଲା ପକାଇବା ଦାବି ତୀବ୍ର ହୋଇ ଉଠିଛି ।

Leave a Reply

Your email address will not be published. Required fields are marked *