152245374

ପରସ୍ପରକୁ ଧକ୍କା ଦେଲା କନଭଏରେ ଯାଉଥିବା ଗାଡ଼ି, ୟୁପି ଶିକ୍ଷାମନ୍ତ୍ରୀ ଗୁରୁତର

Spread the love

ହାପୁର: ପରସ୍ପରକୁ ଧକ୍କା ଦେଲା କନଭଏରେ ଯାଉଥିବା ଗାଡ଼ି। ଗୁରୁତର ଆହତ ହେଲେ ଶିକ୍ଷାମନ୍ତ୍ରୀ। ଉତ୍ତରପ୍ରଦେଶର ହାପୁରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଶିକ୍ଷାମନ୍ତ୍ରୀ ଗୁଲାବୋ ଦେବୀ ଗୁରୁତର ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସାମ୍ନାାକୁ ଆସିଛି।
କୁହାଯାଉଛି ଯେ, ମନ୍ତ୍ରୀ ଗୁଲାବୋ ଦେବୀଙ୍କ କନ୍‌ଭଏ ଦିଲ୍ଲୀରୁ ବିଜନୌର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଜାତୀୟ ରାଜପଥ-୯ର ପିଲଖୁୱା କୋତୱାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ରାଜପଥରେ ମନ୍ତ୍ରୀ ଗୁଲାବୋ ଦେବୀଙ୍କ କନ୍‌ଭଏ ଆଗରେ ଯାଉଥିବା ଗାଡ଼ିଟି ହଠାତ୍ ବ୍ରେକ୍ ଲଗାଇ ଅଟକି ଯାଇଥିଲା। ଏହି କାରଣରୁ ମନ୍ତ୍ରୀଙ୍କୁ ଏସ୍କର୍ଟ କରି ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକ ପଛକୁ ପଛ ଧକ୍କା ହୋଇଥିଲା। ମନ୍ତ୍ରୀଙ୍କ ଡ୍ରାଇଭର ଗାଡ଼ିକୁ ଅଟକାଇବାକୁ ଯାଇ ନିିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଆଗ ଗାଡ଼ି ସହିତ ଧକ୍କା ହୋଇଥିଲା।
ଗୁଲାବୋ ଦେବୀଙ୍କ ବିଷୟରେ କହିବାକୁ ଗଲେ, ସେ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସୀ ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟିକା ହୋଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତ୍ରୀ ଏବଂ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅଛନ୍ତି।

Leave a Reply

Your email address will not be published. Required fields are marked *