Gajapati 750x430

ଶରଧାବାଲି ବିପର୍ଯ୍ୟୟ: ମୃତକଙ୍କ ପାଇଁ ଗଜପତିଙ୍କ ଶୋକ, ତଦନ୍ତ ଦାବି କଲେ

Spread the love

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଶନିବାର ରାତିରେ ଘଟିଥିବା ଦଳାଚକଟା ଘଟଣାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ଖବରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ମର୍ମାହତ ହୋଇଛନ୍ତି।

ଏହି ଦୁଃଖଦ ଘଟଣାକୁ ନେଇ ଗଜପତି ମହାରାଜ ନିଜର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ଶ୍ରୀଚରଣରେ ପ୍ରାର୍ଥନା କରିଛନ୍ତି। ଏଥିସହିତ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି।

ଗଜପତି ମହାରାଜ ଏହି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାର ତୁରନ୍ତ ଏକ ବ୍ୟାପକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଦୃଢ଼ ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *