Soro 2025 06 27 21 05 54

୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

Spread the love

ସୋର: ବାଲେଶ୍ବର ଜିଲ୍ଲା ସୋର ଅବକାରୀ ପକ୍ଷରୁ ଚଢ଼ଉ କରାଯାଇ ୧୨ ଲକ୍ଷର ବ୍ରାଉନସୁଗାର ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୁଚନା ଅନୁସାରେ ସୋର ପୌରାଞ୍ଚଳ ଚକବାରାପୁର ଗ୍ରାମର ଶେଖ ରାଜୀବ ଦୀର୍ଘଦିନ ଧରି ସୋରର ବିଭିନ୍ନ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ଚଳାଉଥିଲେ। ଖବର ପାଇ ସୋର ଅବକାରୀ ଥାନାଧିକାରୀ ସୁରଜ କୁମାର ଟିଗା ଗ୍ରାହକ ବେଶରେ ଯାଇ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲେ। ଆଜି ଅପରାହ୍ଣରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ବ୍ରାଉନସୁଗାରର ମୁଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *