Screenshot 2024 12 04 183141 750

ସରକାରୀ କ୍ୱାର୍ଟର୍ସରୁ ଚୋରି; ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ବିପୁଳ ନଗଦ ଟଙ୍କା ଲୁଟ୍

Spread the love

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ମୁଖ୍ୟ ଦ୍ୱାର ଭାଙ୍ଗି ଖାରବେଳ ନଗର ଥାନା ଅଧୀନରେ ଥିବା କ୍ୱାର୍ଟର୍ସରେ ପ୍ରବେଶ କରି ଘରେ ଲୁଟପାଟ କରିଥିଲେ। ତେବେ ସମ୍ପୂର୍ଣ୍ଣ କାର୍ଯ୍ୟ ସିସିଟିଭିରେ କଏଦ ହୋଇଥିଲା। ଯେଉଁଥିରେ ତିନି ଜଣ ବ୍ୟକ୍ତି ଘରେ ପ୍ରବେଶ କରିବା ସହ ଲୁଟ କରୁଥିବାର ଦେଖାଯାଇଥିଲା।

ଅଭିଯୋଗ ପରେ ଖାରବେଳ ନଗର ଥାନାର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଚୋରି ହୋଇଥିବା ଜିନିଷଗୁଡ଼ିକରେ ସୁନା ଅଳଙ୍କାର ଏବଂ ନଗଦ ଅନ୍ତର୍ଭୁକ୍ତ ରହିଛି। ଯାହାର ସଠିକ୍ ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ କରାଯାଇନାହିଁ।

ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ତଦନ୍ତକାରୀ ଦଳ ସିସିଟିଭି ଫୁଟେଜ୍ ହାସଲ କରିଛି। ଯେଉଁଥିରେ ଚୋରି କରୁଥିବାର ଫୁଟେଜ୍ ଦେଖାଯାଉଛି। ଏହାକୁ ଆଧାର କରି ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *