1 7 750x430

ପ୍ରେମୀ ଜୋଡା ସ୍ଥାନ ଭାବେ ବେଶ ପରିଚିତ ଥିଲା ଗୋପାଳପୁର ଗଣଦୁଷ୍କର୍ମ ଅଞ୍ଚଳ

Spread the love

ଗୋପାଳପୁର: ଗୋପାଳପୁରକୁ ସାରା ଭାରତ ତଥା ବିଶ୍ବରେ ନିନ୍ଦିତ କରିଥିବା ଘଟଣା ନେଇ ଏବେ ନୂଆ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ଅଞ୍ଚଳ ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରେମୀ ଜୋଡାଙ୍କ ଏକ ଲଭର୍ସ ପଏଣ୍ଟ ଭାବେ ବେଶ ପରିଚିତ ରହିଥିଲା। ଏଠାକୁ ପ୍ରତିଦିନ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବିଭିନ୍ନ କଲେଜ ସମେତ ଗାଁ ମାନଙ୍କରୁ ପ୍ରେମୀ ଜୋଡା ମାନେ ପହଞ୍ଚି ରୋମାନ୍ସ କରି ଫେରି ଯାଉଥିଲେ।
ଅପରାହ୍ନ ୨ଟା ରୁ ୭ଟା ପର୍ଯ୍ୟନ୍ତ କାଠ ପୋଲ ଅଞ୍ଚଳ ମଧ୍ୟ ପ୍ରେମୀ ଜୋଡାଙ୍କ ନିମନ୍ତେ ଉତ୍କୃଷ୍ଟ ସ୍ଥାନ ପାଲଟୁଥିଲା। କାରଣ ଏହି ଅଞ୍ଚଳରେ ନା ଥିଲା ସିସିଟିଭି କ୍ୟାମେରା ନା କାହାର ଆକଟ। ଦୁଷ୍କର୍ମ ଘଟିଥିବା ସ୍ଥାନରେ ଗତ ୩ ବର୍ଷ ତଳେ ବ୍ଲୁ ଫ୍ଲାଗ ବିଚ୍ ସହ ବିଚ ସାକ (ମଦ୍ୟପାନ କରିବା ପାଇଁ ବାର) ନିର୍ମାଣ ନିମନ୍ତେ ଓଟିଡିସି ପକ୍ଷରୁ ତିନୋଟି ଚାରୋଟି ଲୁଗାରେ ଘର ସହ ଗୋଟିଏ ସିମେଣ୍ଟ ପିଣ୍ଡିର ନିର୍ମାଣ କରିଥିଲେ। ଏହା ସହ ଲୋକଙ୍କ ନିମନ୍ତେ ପାନ୍ଥନିବାସ ୪ଟି ସେଡର ମଧ୍ୟ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପ୍ରଶାସନକୁ ଏହା କାର୍ଯ୍ୟକ୍ଷମ କରାଇବାରେ ପଛଘୁଞ୍ଚା ଦେବାକୁ ପଡିଥିଲା। ଫଳରେ ନିର୍ମାଣ କରାଯାଇଥିବା ସେଡ ଓ ଘର ଗୁଡ଼ିକ ସେପରି ସେଠାରେ ପଡ଼ି ରହିଥିଲା।
ଯେବେ ଠାରୁ ଗୋପାଳପୁର ରିଟ୍ରିଟ ହବ ସନ୍ନିକଟ ଅଂଚଳରେ କାଠ ପୋଲ କାର୍ଯ୍ୟକ୍ଷମ କରାଗଲା, ସେବଠାରୁ ବିଭିନ୍ନ କଲେଜ ଓ ଅଞ୍ଚଳରୁ ପ୍ରେମୀ ଜୋଡା ଏଠାକୁ ଆସିବା ଆରମ୍ଭ କରିଦେଇଥିଲେ। ଅଧିକାଂଶ ନିରୋଳା ସମୟରେ ବସାଉଠା କରୁଥିବା ପ୍ରେମୀଯୁଗଳ ଅସଦାଚରଣ ସହ କିଛି ଯୁବ ଗୋଷ୍ଠୀର ଶିକାର ହେଉଥିଲେ ମଧ୍ୟ ଦିନକୁ ଦିନ ସଂଖ୍ୟା ବଢୁଥିଲା ବୋଲି ସେହି ଅଞ୍ଚଳରେ ରହୁଥିବା ଅନେକ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଘଟଣା ନେଇ ସ୍ଥାନୀୟ ପୁଲିସ ଅବଗତ ରହିଥିଲେ ସୁଦ୍ଧା ସେମାନେ ତ ସେମାନଙ୍କ ଇଚ୍ଛାରେ ଆସୁଛନ୍ତି ଆମେ କଣ କରିବୁ ନ୍ୟାୟରେ ଚୁପ୍ ବସୁଥିଲେ ବୋଲି ମଧ୍ୟ ଅଭିଯୋଗ ହେଉଛି। ଏଣୁ ଦୁଷ୍କର୍ମ ଘଟିଥିବା ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ ଭାବେ ଘୋଷଣା କରିବା ସହ ସେଠାରେ ପୁଲିସ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି। ଏହା ସହ କାଠ ପୋଲ ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି କ୍ୟାମେରାର‌ ବ୍ୟବସ୍ଥା ନକଲା ପର୍ଯ୍ୟନ୍ତ କାଠ ପୋଲ ବୁଲିବା ମଧ୍ୟ ବନ୍ଦ ରଖିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *