Earthquake

ଇରାନରେ ଭୂକମ୍ପ, ପରମାଣୁ କେନ୍ଦ୍ରରେ ଇସ୍ରାଏଲର ଆକ୍ରମଣ ଯୋଗୁ ଭୂମିକମ୍ପ ସନ୍ଦେହ

Spread the love

ତେହରାନ : ଇରାନରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଆମେରିକାର ଭୂତାତ୍ତ୍ଵିକ ସର୍ବେକ୍ଷଣ(ୟୁଏସଜିଏସ) ପକ୍ଷରୁ ମଧ୍ୟ ଇରାନର ଉତ୍ତରାଞ୍ଚଳରେ ଭୂକମ୍ପ ସମ୍ପର୍କରେ ତଥ୍ୟ ଦିଆଯାଇଛି। ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ପରମାଣୁ କେନ୍ଦ୍ରରେ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ଏହି ଭୂକମ୍ପ ହେଉଥିବା ସନ୍ଦେହ କରାଯାଉଛି।
ଇରାନର ସେମନାନ ସହରଠାରୁ ୩୭ କିମି ଦୂର ଦକ୍ଷିଣ ପଶ୍ଚିମାଞ୍ଚଳରେ ଭୂପୃଷ୍ଠରୁ ୧୦ କିମି ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ୟୁଏସଜିଏସ ପକ୍ଷରୁ କୁହାଯାଇଛି। ସେମନାନ ପ୍ରଦେଶର ସୋରଖେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଇରାନର ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ପ୍ରଭାବ ୧୫୦ କିଲୋମିଟର ଦୂର ତେହରାନରେ ବି ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *