Screenshot 2025 06 06 125914

ବିକଶିତ କୋଟିଆ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍‍

Spread the love

ଭୁବନେଶ୍ୱର: କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।

ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର ସଚିବ ଓ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହିଛନ୍ତି। କୋଟିଆ ବିବାଦର ସମାଧାନ ସହିତ ସେଠାରେ ବିକାଶ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ ବିକଶିତ କୋଟିଆ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର କମିଟି ବୈଠକରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, କୋଟିଆ ଓଡ଼ିଶାର ଅଭିଛେଦ୍ୟ ଅଙ୍ଗ। ଏହାକୁ ନେଇ ସାଲିସ କରାଯିବନି। କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡମ୍ୟାପ୍। ସୁପ୍ରିମକୋର୍ଟରେ ମଧ୍ୟ ହାରିଥିବା ମାମଲାକୁ ପୁନଃ ଜୀବିତ କରାଯିବ। ଏ ନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।ଏକ ମାସ ମଧ୍ୟରେ ନିଜ ନିଜ ବିଭାଗର ରୋଡ଼ମ୍ୟାପ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *