Nuapada

ନୂଆପଡ଼ାରେ ବାଘ ଆତଙ୍କ, ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ

Spread the love

ନୂଆପଡ଼ା : ନୂଆପଡ଼ାରେ ବାଘ ଆତଙ୍କ ।  ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ ।  ଧରମବନ୍ଧା ଥାନା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି ।  ଆଶରାମ ରାଉତଙ୍କ ଗୁହାଳରେ ପଶି ଗାଈକୁ ମାରିଦେଇଥିବା ଅଭିଯୋଗ ହୋଇଛି ।

ଗ୍ରାମବାସୀଙ୍କ ହୋହଲ୍ଲା ପରେ ବାଘଟି ଗାଈକୁ ଛାଡ଼ି ଜଙ୍ଗଲକୁ ପଳାଇଥିଲା ।  ଏହା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।  କଲରାପତରିଆ ବାଘ ଗାଁ ନିକଟ ଜଙ୍ଗଲରେ ରହିଥିବା ଜଣାପଡ଼ିଛି।  ପଣ୍ଡରୀପାଣି ଗାଁରେ ପହଞ୍ଚି ବନବିଭାଗ ତଦନ୍ତ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛନ୍ତି ।

ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିଲା କଳା ବାଘ ଆତଙ୍କ । କଳାବାଘ ଭୟରେ ଗାଁରୁ ବାହାରିବାକୁ ଭୟ କଲେଣି ଲୋକେ । ରାତି କଣ ଦିନରେ ବି ଲୋକଙ୍କ ତାଟି କବାଟ ପଡ଼ି ଯାଇଥିଲା । ଛୋଟ ଛୋଟ ପିଲାଙ୍କୁ କାଳେ କଳାବାଘ ଟାଣି ନେବ ସେହି ଭୟରେ ଗାଁ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ ।

Leave a Reply

Your email address will not be published. Required fields are marked *