ଆଦମପୁର ଏୟାର ବେସ୍ ଯାଇ ସାରା ଦୁନିଆକୁ ସତ ଦେଖାଇଲେ ମୋଦୀ
ଅମୃତସର: ପଦାରେ ପଡିଲା ପାକିସ୍ତାନର ମିଛ, ଗାଲୁଆ ପାକିସ୍ତାନ ଯେଉଁ ଅଭିଯୋଗ କରୁଥିଲା ତାହା ଆଜି ଧରାପଡିଲା । ଆଉ ସତ କଣ ସାରା ଦୁନିଆ ଦେଖିଲା । ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଯେତବେଳେ ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ନାକରେ ପାଣି ପିଆଇଦେଲା ଠିକ୍ ସେତେବେଳେ ତାଳ ଫୋଟକା ପରି ବାଣ ମାରି ବଡ଼ ବଡ଼ କଥା କହୁଥିଲା ପାକିସ୍ତାନ । ଘନଘନ ଡ୍ରୋନ ହମଲା ଏବଂ ସୀମାରେ ଗୁଳିମାରି ଭାରତର ଏସା କ୍ଷତି, ତେସା କ୍ଷକି କରିଛି କହିବୁଲୁଥିଲା । ଯଦିଓ ପାକିସ୍ତାନର ସବୁ ଡ୍ରୋନ୍ ଏବଂ ମିସାଇଲକୁ ଆକ୍ରମଣ କରି ଭାରତୀୟ ସେନା ଉଡାଇ ଦେଇଥିଲା ମାତ୍ର ପାକିସ୍ତାନ ମିଛ କହିବାରେ ପଛାଉ ନଥିଲା ।
ପାକିସ୍ତାନ କହିଥିଲା କି ଚାଇନା ନିର୍ମିତ ଜେଏଫ-୧୭ ଦ୍ବାରା ଭାରତର ଆଦମପୁର ଏୟାରବେସକୁ ପାକିସ୍ତାନ ଉଡାଇ ଦେଇଛି ଆଉ ରୁଷିଆ ନିର୍ମିତି ଏସ-୪୦୦ ସୁଦର୍ଶନ ଚକ୍ରକୁ ନଷ୍ଟ କରିଦେଇଛି । ପାକିସ୍ତାନ ମିଛ ପ୍ରଚାର କରିଥିବା ବେଳେ କୌଣସି ପ୍ରମାଣ ଦେଇ ପାରି ନଥିଲା । ଆଉ ପରେ ଭାରତ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇ ପାକିସ୍ତାନ ମିଛ କହୁଛି କହି ଓଲଟା ପାକିସ୍ତାନର ଏୟାରବେସ୍ ଉଡାଇ ଦିଆଯାଇଥିଲା ।
ଆଉ ଆଜି ଖୋଜ୍ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ଆଦମପୁର ଏୟାରବେସ୍ ଯାଇ ସତ କଣ ମିଛ କଣ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନର ଗୁଜବ ଉପରେ ପ୍ରଧାନମନ୍ତ୍ରୀ ପ୍ରହାର ପକାଇଛନ୍ତି । ଆଉ ତାଙ୍କ ଗସ୍ତ ପରେ ଆଦମପୁର ଏୟାରବେସ ପୂରା ସୁରକ୍ଷିତ ଥିବା ଜଣାପଡିଥିବା ବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ମିଥ୍ୟା କହୁଥିଲା । ଭାରତର ଲଢୁଆ ବିମାନ ମିଗ୍-୨୯ ର ବେସ୍ ହେଉଛି ଏହି ଏୟାରବେସ୍ ।
ତେବେ ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନଙ୍କୁ ଭେଟିଥିଲେ । ଇଣ୍ଡିଆନ୍ ଏୟାରଫୋର୍ସର ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ଯାଏଁ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଥିଲେ । ଯବାନଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ପ୍ରଧାନମନ୍ତ୍ରୀ ହସୁଥିବାର ନଜର ଆସିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଯବାନମାନେ ଅନେକ ଫଟୋ ମଧ୍ୟ ଉଠାଇଥିଲେ । ତାପରେ ମୋଦୀଙ୍କ ସହ ବୀରଯୋଦ୍ଧାମାନେ ଭାରତ ମାତା କି ଜୟ… ବନ୍ଦେ ମାତରମ୍ ନାରା ଦେଇଥିଲେ ।