Baleswar 2

ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ୩ ଛାତ୍ରୀ, ସହଯୋଗ କଲା ପ୍ରଶାସନ

Spread the love

ବାଲେଶ୍ୱର : ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ । ପ୍ରଶାସନର ସହଯୋଗରେ ବାଲେଶ୍ଵରରେ ପହଞ୍ଚିଲେ ଛାତ୍ରୀ । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ ଘର ବାରିପଦା , ଜଳେଶ୍ଵର ଓ ଲଙ୍ଗଳେଶ୍ବର ଅଞ୍ଚଳ ବୋଲି ଜଣାପଡିଛି । ସମସ୍ତେ ଜମ୍ମୁ ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସିଟିରେ ପଢୁଥିଲେ । ଆହୁରି ୮ ଜଣରୁ ଅଧିକ ଛାତ୍ରଛାତ୍ରୀ ଜମ୍ମୁ କାଶ୍ମୀରରୁ ବାଲେଶ୍ଵର ଆସିବେ ବୋଲି ଜଣାପଡିଛି । ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ସ୍ଥିତି ବିଗିଡ଼ିବା ପରେ ୟୁନିଭର୍ସିଟି ପକ୍ଷରୁ ସେମାନଙ୍କୁ ଦିଲ୍ଲୀ ପଠା ଯାଇଥିଲା । ସେଠାରୁ ସେମାନେ ପ୍ରଶାସନ ସହଯୋଗରେ ବାଲେଶ୍ୱର ପହଞ୍ଚିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *