Trump

ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି : ଡୋନାଲ୍ଡ ଟ୍ରମ୍ପ

Spread the love

ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ସକାଳେ ଖବର ଆସିଥିଲା ଯେ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନୀରଙ୍କ ସହ କଥା ହୋଇଛନ୍ତି । ଏହି ଟେଲିଫୋନ କଥାବାର୍ତ୍ତା ବେଳେ ଜୟଶଙ୍କର ଜଣାଇଥିଲେ ଯେ ଭାରତ ଭାରତ କେବେବି ନିଜ ଆଭିମୁଖ୍ୟରୁ ହଟିବ ନାହିଁ । ଭାରତ କେବେ ବି ଉତ୍ତେଜନାକୁ ବଢାଇବ ନାହିଁ, କିନ୍ତୁ ପାକିସ୍ତାନ ସେପରି କଲେ ତାହାର ଦୃଢ ଜବାବ ଦିଆଯିବ । ଭାରତ ପାକିସ୍ତାନର ମିଲିଟାରିକୁ ଟାର୍ଗେଟ କରୁଥିବାବେଳେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ।

Leave a Reply

Your email address will not be published. Required fields are marked *