Um9f5vd6dhcct99euwb8

ଅପରେସନ ସିନ୍ଦୂରରେ ସଫା ହୋଇଯାଇଥିଲେ ଏସବୁ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ

Spread the love

ନୂଆଦିଲ୍ଲୀ: ମେ ୬-୭ ମଧ୍ୟରାତ୍ରିରେ ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଭାରତ ସରକାର ୧୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଥିଲେ। ଏହି ସମ୍ପର୍କରେ, ନିହତ ହୋଇଥିବା ଅନେକ ଆତଙ୍କବାଦୀଙ୍କ ନାମ ମଧ୍ୟ ପ୍ରକାଶ କରାଯାଇଛି। ଏହି ତାଲିକାରେ ଲସ୍କରର ଶୀର୍ଷ କମାଣ୍ଡର ଅବୁ ଜିନ୍ଦଲ, ମାସୁଦ ଆଝାରର ଭିଣୋଇ ମହମ୍ମଦ ଜମିଲ ଏବଂ ଅନ୍ୟ ଆତଙ୍କବାଦୀ ସାମିଲ ଅଛନ୍ତି।

ଅପରେସନ ସିନ୍ଦୂରରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ଏବଂ ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଅନେକ ଶୀର୍ଷ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ଭାରତରେ ବିଭିନ୍ନ ଆକ୍ରମଣରେ ସାମିଲ ଥିଲେ। ଭାରତୀୟ ସେନାର ଏୟାରଷ୍ଟ୍ରାଇକରେ ମୌଲାନା ମାସୁଦ ଆଝାରଙ୍କ ପରିବାରର ୧୪ ଜଣ ଲୋକ ନିହତ ହୋଇଥିଲେ।
ଅପରେସନ ସିନ୍ଦୁରରେ ନିହତ ହୋଇଥିବା ପ୍ରମୁଖ ଆତଙ୍କବାଦୀମାନେ ହେଉଛନ୍ତି

୧. ଅବୁ ଜିନ୍ଦଲ (ଲସ୍କର-ଏ-ତୈବା)
ଅବୁ ଜିନ୍ଦଲ ଲସ୍କର-ଏ-ତୈବାର ଜଣେ ଶୀର୍ଷ ଆତଙ୍କବାଦୀ କମାଣ୍ଡର ଥିଲା। ପାକିସ୍ତାନର ସରକାର ଏବଂ ସେନା ତା ଅନ୍ତିମ ବିଦାୟ ବଶେଷ ସମ୍ମାନ ଦେଇଥିଲେ। ପାକ୍ ସେନା ମୁଖ୍ୟ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ସ୍ପଷ୍ଟ କରିଥିଲା ଯେ ପାକିସ୍ତାନ ସରକାର ଏବଂ ଲସ୍କର ମଧ୍ୟରେ ଗଭୀର ସମ୍ପର୍କ ରହିଛି।

୨. ହାଫିଜ୍ ମହମ୍ମଦ ଜମିଲ୍ (ଜୈଶ-ଏ-ମହମ୍ମଦ)
ସେ ମୌଲାନା ମସୁଦ ଆଝାରଙ୍କ ବଡ଼ ଭାଇ ଥିଲା ଏବଂ ଜୈଶରେ ଯୁବକମାନଙ୍କୁ ସାମିଲ କରୁଥିଲେ ଏବଂ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ।

୩. ମହମ୍ମଦ ୟୁସୁଫ ଆଝାର ଓରଫ ଉସ୍ତାଦ ଜୀ (ଜୈଶ-ଏ-ମହମ୍ମଦ)
ୟୁସୁଫ ଆଝାର ମାସୁଦ ଆଝାରଙ୍କ ଦ୍ୱିତୀୟ ଶଳା ଥିଲା, ଯିଏ ଆତଙ୍କବାଦୀ ସଂଗଠନ ଜୈଶର ଅସ୍ତ୍ରଶସ୍ତ୍ର ତାଲିମ ଶିବିର ପରିଚାଳନା କରୁଥିଲା। ସେ ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣାରେ ଜଡିତ ଥିଲେ ଏବଂ ୧୯୯୯ ମସିହାରେ ଆଇସି-୮୨୪ ବିମାନ ଅପହରଣ ମାମଲାରେ ମଧ୍ୟ ତାଙ୍କୁ ଖୋଜାଯାଉଥିଲା।

୪. ଖାଲିଦ ଓରଫ ଅବୁ ଆକାସା (ଲସ୍କର-ଏ-ତୈବା)
ଏହି ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ଅନେକ ଆକ୍ରମଣରେ ଜଡିତ ଥିଲା ଏବଂ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଏକ ବଡ଼ ନେଟୱାର୍କ ଚଲାଇଥିଲା।

୫. ମହମ୍ମଦ ହାସନ ଖାନ (ଜୈଶ-ଏ-ମହମ୍ମଦ)
ସେ ପିଓକେରେ ଜୈଶର ଅପରେସନାଲ କମାଣ୍ଡର ମୁଫତି ଅସଗର ଖାନ କାଶ୍ମୀରୀର ପୁଅ ଥିଲା। ହାସନ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସମନ୍ୱୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Leave a Reply

Your email address will not be published. Required fields are marked *