ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ଛଅ ମାସର ସମ୍ମାନ ରାଶି

ଭୁବନେଶ୍ୱର: ରାଜ୍ୟର ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ … Read More

କୋଟିଆରେ ଆନ୍ଧ୍ରର ନିର୍ବାଚନ ! ଭୋଟ୍ ପାଇଁ ବିଭିନ୍ନ ଗାଁରେ ପ୍ରଚାର

କୋରାପୁଟ: କୋଟିଆକୁ ନେଇ ପୁଣିଥରେ ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ବାରମ୍ବାର କୋଟିଆ ପଞ୍ଚାୟତରେ ନିର୍ବାଚନ କରାଇ ବିବାଦକୁ ବଡ଼ କରୁଥିବା ଆନ୍ଧ୍ର ପ୍ରଦେଶ ପୁଣିଥରେ ପଞ୍ଚାୟତ ନିର୍ବାଚନ ପାଇଁ ତତ୍ପର ହୋଇଉଠିଛି । ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ … Read More

ସରିଲା କାର୍ଯ୍ୟକାଳ, ଓଡ଼ିଶାରୁ ବିଦାୟ ନେଲେ ହରିବାବୁ କମ୍ଭମପାଟି

ଭୁବନେଶ୍ବର : ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିଦାୟ ନେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସେକ୍ରେଟାରୀ ଡ. ରୂପା ରୋଶନ … Read More

କଡ଼ା ଟକ୍କର ମଧ୍ୟରେ ସରିଲା ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ୧୪୨, ବିସିଜେଡି ଜିତିଲା ୧୨୧

ଭୁବନେଶ୍ବର : ସରିଲା ଛାତ୍ର ସଂସଦ ନିର୍ବାଚନ । ଏବିଭିପି ଜିତିଲା ୧୪୨, ବିସିଜେଡି ଜିତିଲା ୧୨୧ । ସବୁଠି ଦେଖିବାକୁ ମିଳିଛି କଡ଼ା ଟକ୍କର । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହଙ୍ଗାମା, ପୋଲିସ ଛାଉଣୀ, ସ୍ଲୋଗାନବାଜି ଏବଂ … Read More

୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର !

ଭୁବନେଶ୍ବର : ଆସୁଛି ଆଉ ଏକ ଲଘୁଚାପ ।  ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭବନା ।  ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ଆଜି ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ଦେଖିବାକୁ … Read More

MP-MLAଙ୍କ ଅପରାଧିକ ମାମଲା ପାଇଁ ୧୪ ସ୍ୱତନ୍ତ୍ର କୋର୍ଟ, ୧୩୬ ପଦବୀକୁ ସରକାରଙ୍କ ମୋହର

ଭୁବନେଶ୍ୱର : MP-MLAଙ୍କ ଅପରାଧିକ ମାମଲାର ହେବ ତ୍ୱରିତ ବିଚାର । ସାଂସଦ-ବିଧାୟକଙ୍କ ମାମଲା ପାଇଁ ୧୪ ସ୍ୱତନ୍ତ୍ର କୋର୍ଟ । ୧୩୬ ପଦବୀକୁ ସରକାରଙ୍କ ମଞ୍ଜୁରି । ଓଡ଼ିଶାରେ ସାଂସଦ ଓ ବିଧାୟକଙ୍କ ମାମଲାର ହେବ ତ୍ୱରିତ ବିଚାର । ଏଥିପାଇଁ … Read More

ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଯାଜପୁର: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଯାଜପୁର ଖରସ୍ରୋତା ନଦୀରେ ବଡ଼ ଅଘଟଣ । ନିଖୋଜ ବୃଦ୍ଧ ଜଣକ ହେଲେ କୋରେଇ ବ୍ଲକ ତଣ୍ଡରା ଗ୍ରାମ ପଞ୍ଚାୟତ ବରେଇ ଗାଁର ୬୭ ବର୍ଷୀୟ ଗଜେନ୍ଦ୍ର ମାଝୀ । ନିକଟ ନଦୀକୁ ଶୌଚ ପାଇଁ … Read More

୮୦ ବର୍ଷରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ସହ ଯୋଡ଼ି ହୋଇରହିଛି ନବୀନ ପଟ୍ଟନାୟକଙ୍କ ନାଁ । ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ଆଉ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳ ନେତା । ଶାସନ … Read More

କଟକରେ ଦୁର୍ଗାପୂଜା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ 

କଟକ: ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କଟକ ସହରରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂଜା ସମୟରେ ସହରରେ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏନେଇ କଟକ ଡିସିପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି।ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ୫୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀଙ୍କ ସହ ୬ ପ୍ଲାଟୁନ ସିଏପିଏଫ୍‌ ଯବାନ ମଧ୍ୟ ମୁତୟନ ରହିବେ। ସହରର ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯିବ| ଏଥିସହ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଏବଂ ଆବଶ୍ୟକ ସମୟରେ ତ୍ୱରିତ ପଦକ୍ଷେପ ନେବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ସ୍ପେଶାଲ୍ ଟିମ୍‌ ମୁତୟନ କରାଯିବ।ଅନ୍ୟପକ୍ଷରେ, ସହରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ୧୩୦୦ଟି ସିସିଟିଭି କ୍ୟାମେରା ମାଧ୍ୟମରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯିବ। ପୁଲିସ ପକ୍ଷରୁ ନିଆଯାଇଥିବା ଏହି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦ୍ୱାରା ଦୁର୍ଗାପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏସ୍‌ଆଇଆର୍‌ ପ୍ରକ୍ରିୟା ; ଜାନୁଆରୀ ୧୦ରେ ପ୍ରକାଶ ପାଇବ ସାନି ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଭୋଟର୍‌ ଏବଂ ୨୦୨୭ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଘରକୁ ଘର ଯାଞ୍ଚ ଚାଲିଛି। ଆସନ୍ତା … Read More