ବାତ୍ୟା ପାଇଁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ବସୁଧା ହେଲ୍ପଲାଇନ୍ ନଂ ୧୯୧୬
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ହେଲ୍ପଲାଇନ୍ ନମ୍ବର ୧୯୧୬କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ହେଲ୍ପଲାଇନ୍ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇବ। ଏନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ଏକ କାର୍ଯ୍ୟାଳୟ ନିର୍ଦ୍ଦେଶନାମା ଜାରି ହୋଇଛି।
