Cce3727b aefd 45de bd61 87618576dd07 1024x550

କୋରିଅର କାର୍ଯ୍ୟାଳୟରୁ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଜ୍‌ଙ୍କ ଠିକଣାରେ ପାର୍ସଲ !

Spread the love

ଭବାନୀପାଟଣା:କୋରିଅର ସଂସ୍ଥା କାର୍ଯ୍ୟଳୟ ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କେସିଙ୍ଗା ରାସ୍ତାର ସେଫ୍ ଏକ୍ସପ୍ରେସ ନାମକ କୋରିଆର ସଂସ୍ଥାରେ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ଚଢାଉ କରାଯାଇଥିଲା। ସୋଲ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତରପ୍ରଦେଶ ର ବୁଲନ୍ଦ ସହର କୁ ଏସବୁ ଗଞ୍ଜେଇ ପଠାଯାଉଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ପେଟି ଗୁଡିକରେ ବୁଲନ୍ଦସହର ର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଠିକଣା ରହିଛି। କିନ୍ତୁ ଦୌରାଜଜ୍ ଙ୍କ ନାମ କିମ୍ବା ଏହି ପେଟି ଗୁଡ଼ିକ ପଠାଇଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା କିମ୍ବା ମୋବାଇଲ୍ ନମ୍ବର ପେଟି ରେ ଉଲ୍ଲେଖ ନାହିଁ। ପର୍ଶଲ୍ ଗୁଡିକରେ ଥିବା ଗଞ୍ଜେଇ ର ପରିମାଣ ପ୍ରାୟ ୪ କ୍ୱିଣ୍ଟାଲ ରୁ ଅଧିକ ଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

ତେବେ କୋରିଅର ମାଧ୍ୟମରେ ଏତେ ପରିମାଣର ଗଞ୍ଜେଇ ଚାଲାଣ ପଛରେ କିଏ, ଜଣେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଠିକଣାକୁ କିଭଳି ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଯାଇଥିଲା, ସମ୍ପୃକ୍ତ କୋରିଆର ସଂସ୍ଥା କର୍ମଚାରୀ କିଭଳି ଯାଞ୍ଚ କଲେ ନାହିଁ, ପ୍ରେରକଙ୍କ ମୋବାଇଲ ନମ୍ବର କିଭଳି ରଖିଲେ ନାହିଁ, ଏହି ଧରଣର ପେଟି ଏଠାରୁ ପ୍ରଥମଥର ପାଇଁ ପଠାଯାଇଛି ନା ଆଗରୁ ମଧ୍ୟ ଯାଇଛି| ଏଭଳି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ତେବେ ଘଟଣା ପଛର ସମ୍ପୂର୍ଣ ରହସ୍ୟ ଉନ୍ମୋଚନ ହେବ ବୋଲି ଅତିରିକ୍ତ ଅବକାରୀ ଅଧିକ୍ଷକ ସାଗରିକl ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *