Death 1 1024x576

ଯୌତୁକ ପାଇଁ ନବବଧୂକୁ ହତ୍ୟା!

Spread the love

ବାସୁଦେବପୁର : ଯୌତୁକ ଜୁଇରେ ଚାଲିଯାଇଛି ନବବଧୂର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବାସୁଦେବପୁର ଅଞ୍ଚଳରେ। ମୃତକ ସସ୍ମିତା ବୋଲି ଜଣାପଡିଛି। ଅଧିକ ଯୌତୁକ ଦାବି କରି ଶୁଶୁର ଘର ଲୋକେ ମାନସିକ ଶରୀରିକ ନିର୍ଯ୍ୟାତନା ଦେବା ସହ ମାରିଦିଆ ଯାଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଉପଯୁକ୍ତ ତଦନ୍ତ ସହ ଦୋଷୀକୁ ଦଣ୍ଡବିଧାନ କରିବାକୁ ସସ୍ମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ପୁଲିସ ଖବର ପାଇ ଘଟଣାର ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମର ସହାୟତା ନେଇଛି। ଏହି ଘଟଣା ପରେ ସସ୍ମିତାଙ୍କ ସ୍ବାମୀ ସଂଜୀବ ଦାସ ଫେରାର ହୋଇଯାଇଛି। ଶ୍ବଶୁରଙ୍କୁ ପୁଲିସ ଥାନାରେ ଅଟକ ରଖିଛି।

Leave a Reply

Your email address will not be published. Required fields are marked *