Droupdi murmu president of india

ମହାମହିମଙ୍କ ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ଫୋର୍ସ

Spread the love

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି |ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୁଲିସ |ଏଥି ସହ ସୁରକ୍ଷା ଦାୟିତ୍ଵରେ  ୪ଜଣ ଡିସିପି, ୫ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି ସମେତ ୩୩ଜଣ ଇନ୍ସପେକ୍ଟର ଙ୍କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି। ଏହାସହ ଭୁବନେଶ୍ୱର ବିମାନ ବନ୍ଦରରୁ ଲୋକ ଭଵନ ଏବଂ ଲୋକ ଭଵନ ରୁ ମେ ଫେୟାର ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଯାତୟାତ ପଥ ରହିବ।ଏହି ରାଷ୍ଟ୍ରପତିଙ୍କ ଯାତୟାତ ପଥରେ  ରହିଥିବା ଉଚ୍ଚ ଅଟାଳିକା ଗୁଡିକରେ  ଜଗିବେ ବନ୍ଧୁକଧାରୀ ପୁଲିସ |ଏହାସହ ସହରର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ପୁଲିସ ଫୋର୍ସ ମୁତୟନ ରହିବା ସୂଚନା ରହିଛି |

Leave a Reply

Your email address will not be published. Required fields are marked *