Screenshot 2026 02 01 080950 750x430

ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର

Spread the love

କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଲାଇଥିଲା। ପୋଲିସର ପାଲଟା ଗୁଳିମାଡରେ ସିପୁ କୁମାର ଆହତ ହୋଇଛି। ଗୁରୁତର ଅବସ୍ଥାରେ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ଧରଣର ଡକାୟତି ହୋଇଥିଲା। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଖସିଯାଇଥିଲା। ସିପୁ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ ଆନ୍ତଃରାଜ୍ୟ ଏହି ସିପୁ ନାମରେ ରହିଛି ଅନେକ ମାମଲା।

ବହୁ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର, ଡକାୟତୀ, ରୋବରି ଓ ଜୋର ଜବରଦସ୍ତ ଟଙ୍କା ଆଦାୟ ଭଳି ସଙ୍ଗିନ ମାମଲା ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ରହିଛି। ତାକୁ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ ପୋଲିସ ଖୋଜି ଖୋଜି ନାକେଦମ ହୋଇ ପଡ଼ିଥିବା ବେଳେ ଓଡ଼ିଶା ଝାଡ଼ଖଣ୍ଡ ସୀମାସ୍ଥିତ ଟାଙ୍କୁରା ଜଙ୍ଗଳରେ ସିପୁ ଥିବା ଖବର ପାଇ ରାତିରେ ଜଙ୍ଗଲରେ ଅପରସନ ଆରମ୍ଭ କରିଥିଲା ବଡବିଲ ପୋଲିସ।

ସିପୁ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ନିଜ ସୁରକ୍ଷା ପାଇଁ ଓଲଟା ଫାୟିରିଙ୍ଗ କରିବା ଫଳରେ ସିପୁର ଗୋଡରେ ଗୁଳି ବାଜିଥିଳା। ତାକୁ ପୋଲିସ କାବୁ କରି ଗୁରୁତର ଅବସ୍ଥାରେ ବଡବିଲ ମେଡିକାଲରେ ଭର୍ତ୍ତି କରିଛି। ତା ନିକଟରୁ ଏକ ଦେଶି ବନ୍ଧୁକ ଜବତ କରାଯାଇଛି।

 

Leave a Reply

Your email address will not be published. Required fields are marked *