Jatra 1

ଖଣ୍ତଗିରି ଯାତ୍ରା ପାଇଁ ୧୪ଟି ନିୟମ ଲାଗୁ କଲା କମିଶନରେଟ ପୁଲିସ

Spread the love

ଭୁବନେଶ୍ବର: ଖଣ୍ତଗିରି ଯାତ୍ରାକୁ ଆଖି ଆଗରେ ରଖି ଚଡଦଟି ନିୟମ ଜାରି କରିଛି କମିଶନରେଟ ପୁଲିସ୍।ଏନେଇ କମିଶନରେଟ ପୁଲିସ ପକ୍ଷରୁ ଯାତ୍ରାକମିଟି ମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏହି ଚଉଦଟି ନିୟମକୁ ଜାରି କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରାରେ କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନହୁଏ ସେ ପ୍ରତି କମିଟିମାନଙ୍କୁ  ସତର୍କ କରାଇଛି ପୁଲିସ। ଯାତ୍ରାରେ  ପ୍ରବଳ ଭିଢ଼ ହେବାର ସମ୍ଭାବନା ଥିବାରୁ ସେଥିଲାଗି ଯାତ୍ରା ପେଣ୍ତାଲ ନିକଟରେ ଛଅଟି ଜରୁରୀକାଳୀନ ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବା ପାଇଁ ପୁଲିସ ପକ୍ଷରୁ ଏହି ନିୟମ ଜାରି କରାଯାଇଛି ।ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି। ଯାତ୍ରାରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିଲାଗି ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଶଦ୍ଦର ତୀବ୍ରତା ଠାରୁ ଅଧିକ ଶଦ୍ଦ ଯେପରି ନ ହେବ ତାହା ପ୍ରତି ଯାତ୍ରା କମିଟି ଧ୍ୟାନ ଦେବା ପାଇଁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *