Screenshot 2026 01 24 081658 750x430

ଗୋଡ଼ାଇ ଗୋଡ଼ାଇ ୨ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ

Spread the love

ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି ଆତଙ୍କରାଜ୍। ମୁହଁରେ ମାସ୍କ, ହାତରେ ମାରଣାସ୍ତ୍ର ଧରି ସର୍ବ ସମ୍ମୁଖରେ କରାଯାଉଛି ଆକ୍ରମଣ। ଗତକାଲି ରାତିରେ ହେଲା ହଣାକଟା। ଗୋଷ୍ଠୀ ସଂଘର୍ଷରେ ୨ ଯୁବକ ଗୁରୁତର। ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ। ଆକ୍ରମଣରେ ସୋନୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି ।

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆତଙ୍କ ଖେଳାଇବା ପରେ ଓମ ସାଇ ବିହାର ଆପାର୍ଟମେଣ୍ଟ ଭିତରେ ଲୁଚିଥିଲେ ଦୁର୍ବୃତ୍ତ। ସୂଚନା ପାଇ ଆପାର୍ଟମେଣ୍ଟକୁ ନାକାବନ୍ଦୀ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି।

ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଯୋଗୁଁ ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ। ୨୦ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

 

Leave a Reply

Your email address will not be published. Required fields are marked *