Baramunda Bus Stand 1627039638

୨୪ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ !

Spread the love

କଟକ :୨୪ରୁ ଗଡିବନି ଘରୋଇ ବସ୍‌। ମୁଖ୍ୟମନ୍ତ୍ରୀ ବସ୍‌ ବ୍ଲକରୁ ଜିଲ୍ଲା ହେଡ୍‌ କ୍ଵାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସଂଘ ଚେତାବନୀ ଦେଇଛି। ଏ ନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ପକ୍ଷରୁ ସୂଚନା ମିଳିଛି। ଯଦି ୨୩ ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ , ତେବେ ୨୪ ତାରିଖରୁ କଟକରେ ସମସ୍ତ ଘରୋଇ ବସ୍‌ ବନ୍ଦ ରହିବ। କଟକକୁ ବାହାରୁ କୌଣସି ବସ୍‌କୁ ଆସିବାକୁ ଦିଆଯିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରିବ। ଯଦି ମୁଖ୍ୟମନ୍ତ୍ରୀ ନ ଶୁଣିଲେ ତେବେ ୨୪ ତାରିଖ ପରେ ସାରା ରାଜ୍ୟରେ ବସ୍‌ ସେବା ବନ୍ଦ କରାଯିବ।

Leave a Reply

Your email address will not be published. Required fields are marked *