6a030ab2 Ff1c 44df 957d 04890f30ac73 2025 08 02 18 24 34

ନିଜ ନାମ ପଢିପାରୁନାହାନ୍ତି ତେଜସ୍ୱୀ: ସମ୍ରାଟ

Spread the love

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏକମାସ ଧରି ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। ଅଗଷ୍ଟ ୧ ତାରିଖରେ ନିର୍ବାଚନ କମିସନ ଉକ୍ତ ଭୋଟର ତାଲିକାର ଚିଠା ପ୍ରକାଶ କରିଛନ୍ତି। ଏହି ଚିଠା ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ଜନତା ଦଳ (ରାଜଦ) ନେତା ତେଜସ୍ବୀ ଯାଦବ ଦାବି କରି କହିଛନ୍ତି, ‘ମୁଁ ମୋର ନାମ ଏସଆଇଆର ଅଭିଯାନ ସମୟରେ ଗଣନା ଫର୍ମ ପୂରଣ କରିଥିଲି । କିନ୍ତୁ ଗତକାଲି ନିର୍ବାଚନ କମିସନ ଜାରି କରିଥିବା ଭୋଟର ତାଲିକାର ଚିଠାରେ ମୋର ନାମ ନାହିଁ। ମୁଁ ଆଗାମୀ ନିର୍ବାଚନ କେମିତି ଲଢ଼ିବି? ତେବେ ଏନେଇ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଭୋଟର ତାଲିକାର ଡ୍ରାଫ୍ଟ ସମ୍ପର୍କରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଅଭିଯୋଗକୁ ଭୁଲ ବୋଲି କହିଛନ୍ତି, ସେ କହିଛନ୍ତି ଯେ ସେ ମିଛ କହି ଜନସାଧାରଣଙ୍କୁ ଭ୍ରମିତ କରିବା ଆରମ୍ଭ କରିଛନ୍ତି। ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ସେ ଭୋଟର ତାଲିକାରେ ନିଜ ନାମ ପଢି ପାରୁନାହାଁନ୍ତି ଏବଂ ଖୋଜି ପାରୁନାହାଁନ୍ତି।
ରାଜ୍ୟ ସରକାରଙ୍କ ନିର୍ବାଚନ କମିଶନର ନିରପେକ୍ଷତା ଏବଂ ସ୍ୱଚ୍ଛତା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ଆମେ ସମସ୍ତ ରାଜନୈତିକ ଦଳକୁ ମିଛ କହି ନୁହେଁ, ତଥ୍ୟ ଆଧାରରେ ଜନତାଙ୍କ ସହ କଥା ହେବାକୁ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ କରିବାକୁ ଅନୁରୋଧ କରୁଛୁ। ଏହା ସହିତ, ସମ୍ରାଟ ଚୌଧୁରୀ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରି କହିଛନ୍ତି ଯେ ଯେତେବେଳେ ସେ ଭୋଟର ତାଲିକାରେ ନିଜ ନାମ ପଢି ପାରୁନାହାଁନ୍ତି ଏବଂ ଖୋଜି ପାରୁନାହାଁନ୍ତି, ସେତେବେଳେ କେବଳ ମୁଁ ନୁହେଁ ବରଂ ତାଙ୍କ ପରିବାର ଏବଂ ସମଗ୍ର ବିହାର ତାଙ୍କ ଦକ୍ଷତା ଉପରେ ସନ୍ଦେହ କରିବା ସ୍ୱାଭାବିକ।
ସମ୍ରାଟ ଚୌଧୁରୀ କହିଥିଲେ ଯେ “ଏସଆଇଆର ଡ୍ରାଫ୍ଟରେ ଆପଣଙ୍କ ନାମ ଖୋଜିବା ଆପଣଙ୍କ ପାଇଁ ବହୁତ କଷ୍ଟକର ହେବ। ଆପଣଙ୍କ ନାମ ୪୧୬ ନମ୍ବରରେ ବାପାଙ୍କ ପାଖରେ ପଞ୍ଜିକୃତ ହୋଇଛି, ଆପଣ ଦେଖିପାରିବେ। ଏବେ ଭ୍ରମାତ୍ମକ ଏବଂ ଠକେଇର ବ୍ୟବସାୟ ବନ୍ଦ କରନ୍ତୁ।

Leave a Reply

Your email address will not be published. Required fields are marked *