704cdcc0 B054 412d 996c 8a1570aa1b50 1068x493

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ

Spread the love

ଟିଟିଲାଗଡ଼: ଟିଟିଲାଗଡ଼ ବଡ଼ତେନ୍ତୁଳୀଖୁଣ୍ଟି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିବା ଘଟଣା ସମ୍ପକରେ ଖବର ପାଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତରଖାନା ପହଞ୍ଚିଛନ୍ତି । ପୁର୍ବରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଲାଇନ ଲାଗି ରେଜିଷ୍ଟ୍ରେସନ କରିବାକୁ କହିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ବିଧାୟକ ଆସୁଥିବା ଖବର ପାଇ ସିଧାସଳଖ ୱାର୍ଡ ରେ ଭର୍ତ୍ତି ପାଇଁ କହିଥିଲେ। ପ୍ରଥମେ ଜଣେ ମାତ୍ର ଡାକ୍ତର ଉପସ୍ଥିତ ଥିବା ବେଳେ ବିଧାୟକଙ୍କ ଗସ୍ତ ଖବର ଶୁଣିବା ପରେ ପୁରା ଡାକ୍ତରୀ ଟିମ ସହ ଟିଟିଲାଗଡ଼ ଏସଡ଼ିଏମଓ ମେଡିକାଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏହି ଦୁଃଖଦ ଖବର ପାଇ ସୁଦୂର କଣ୍ଟାବାଞ୍ଜିରୁ ବିଧାୟକ ଆସିଥିବା ବେଳେ ଟିଟିଲାଗଡ଼ ଉପଜିଲାପାଳ ଅଦ୍ୟାବଧି ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ନେଇ ଡାକ୍ତରଖାନା ନପହଞ୍ଚିବା ପ୍ରଶାସନର ସରକାରୀ ସ୍କୁଲ ଗୁଡିକରେ ଅଧ୍ୟୟନ କରୁଥିବା ଗରିବ ପରିବାର ଶିଶୁଙ୍କ ପ୍ରତି ହେୟ ମନୋଭାବ ବୋଲି ଆଲୋଚନା ହୋଇଛି। ତେବେ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଏନେଇ କାହିଁକି ସ୍କୁଲ କର୍ତ୍ତୃପକ୍ଷ ତଥା ପ୍ରଶାସନ ସତର୍କତା ଅବଲମ୍ବନ କରୁନାହିଁ ସେ ନେଇ ପ୍ରଶ୍ନ ଉଠିଛି । ତେବେ ତୁରନ୍ତ ଏହାର ତଦନ୍ତ କରାଯିବ ବୋଲି  ବିଧାୟକ ଶ୍ରୀ ବାଗ କହିଛନ୍ତି।

Leave a Reply

Your email address will not be published. Required fields are marked *