Screenshot 2025 06 18 151615 750

କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

Spread the love

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ।

ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ‘କଦମ୍ବ ବନ’ ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି। ଓଡ଼ିଆ ବିଭାଗର ଏହି ଯୁବ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ରହିଥିଲେ ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁବାଷ ଚନ୍ଦ୍ର ଶତପଥୀ। ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଜୁନ ୧୮ ତାରିଖ ଦିନ ୨୦୨୫ ମସିହା ପାଇଁ ଯୁବ ସାହିତ୍ୟ ପୁରସ୍କାର ଏବଂ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସମୁଦାୟ ୨୩ଟି ଭାରତୀୟ ଭାଷା ପାଇଁ ଚଳିତବର୍ଷ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଡୋଗ୍ରି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ।

ସେହିପରି ୨୩ଟି ଭାରତୀୟ ଭାଷା ପାଇଁ ଏ ବର୍ଷର ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କୁ ତାଙ୍କର ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଏହି ବାଲପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରର ବିଚାରକ ମଣ୍ଡଳୀରେ ନିଳାଦ୍ରୀ ଭୂଷଣ ହରିଚନ୍ଦନ, ଶକୁନ୍ତଳା ବଳିଆର ସିଂହ ଓ ରାମଚନ୍ଦ୍ର ନାୟକ ରହିଥିଲେ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *