Screenshot 2025 06 16 165437 750

ରାଜ୍ୟରେ କଲେରା ସ୍ଥିତିକୁ ଏଣ୍ଡେମିକ କହିଲେ କେନ୍ଦ୍ରୀୟ ଟିମ୍‌

Spread the love

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଯାଜପୁର ଜିଲ୍ଲାରେ ଏପରି ଘଟଣାକୁ ନେଇ ଅନୁଧ୍ୟାନ କରିବାକୁ ଯାଇଥିଲା କେନ୍ଦ୍ରୀୟ ଟିମ। ଅନୁଧ୍ୟାନ ପରେ ଆଜି ଫେରିଛି।

ସ୍ବାସ୍ଥ୍ୟ ବିଭାଗ ସହ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ଆଲୋଚନା ହୋଇଛି। ତେବେ ଯାଜପୁରରେ କଲେରା ବ୍ୟାପିଥିବା ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍। କେସ୍‌ ଲୋଡ୍‌କୁ ଅନୁଧ୍ୟାନ କରାଯାଉଛି, ଡାଇରିଆ ମାମଲା ବି ଅଛି ବୋଲି କୁହାଯାଇଛି। ଆମେ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଛୁ ବୋଲି କହିଛି କେନ୍ଦ୍ରୀୟ ଟିମ୍।

ସେହିପରି ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଓ ଅନ୍ୟ କିଛି କାରଣରୁ ବ୍ୟାପୁଛି। ପାଣ୍ଡେମିକ୍ ନୁହଁ, ଏହା ଏବେ ଏଣ୍ଡେମିକ୍ ଷ୍ଟେଜ୍‌ରେ ହିଁ ରହିଛି। ଏହି ମାମଲା ଜିଲ୍ଲାରେ ଟିକେ ଅଧିକ ବ୍ୟାପିଛି। ତେଣୁ ସ୍ବଚ୍ଛତା ନେଇ ପରାମର୍ଶ ଦିଆଯାଇଛି। ଆମେ ପୁଣି ଗ୍ରାଉଣ୍ଡକୁ ଯିବୁ, କେଉଁ ଜିଲ୍ଲାକୁ ଯିବୁ ଖୁବ୍‌ଶୀଘ୍ର ସ୍ଥିର ହେବ ବୋଲି କହିଛି କେନ୍ଦ୍ରୀୟ ଟିମ୍।

ଅନ୍ୟପଟେ ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ। ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକଙ୍କୁ ORS ଓ ଜିଙ୍କ୍‌ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି। ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୂନାରୁ କଲେରା ଭୂତାଣୁ ମିଳିଛି। ଘାତକ ଭାରିଆଣ୍ଟ ଭିବ୍ରିଓ କଲେରା ଚିହ୍ନଟ ହୋଇଛି ବୋଲି କହିଛନ୍ତି ଡ.ସଂଯୁକ୍ତା।

Leave a Reply

Your email address will not be published. Required fields are marked *