Screenshot 2025 06 12 142707 750

ଧଳା ବାଘୁଣୀ ମୌସୁମୀ ଠାରୁ ଅଲଗା ହେଲେ ୨ ଶାବକ, ଶିଶୁ ଲାଳନ ପାଳନ କେନ୍ଦ୍ରକୁ କରାଗଲା ସ୍ଥାନାନ୍ତରିତ

Spread the love

ଭୁବନେଶ୍ୱର: ମା’ ଠାରୁ ଅଲଗା ହେଲେ ଦୁଇ ଛୁଆ। ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା। ହେଲେ ହଠାତ ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିବା ସିସିଟିଭିରେ ଦେଖାଯାଇଥିଲା। ମାଆ ମଧ୍ୟ ତାକୁ କ୍ଷୀର ପାନ କରାଇନଥିଲା।

ଶାବକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୁପକ୍ଷ ମାଆ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ପ୍ରାଣୀ ଚିକିତ୍ସାଳୟର ଶିଶୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ଶାବକଟି ଅସୁସ୍ଥ ଥିବାରୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଛି । ଧଳା ଅଣ୍ଡିରା ଶାବକର ଓଜନ ୬୫୦ ଗ୍ରାମ ରହିଛି। ସେପଟେ ମାଇ ଶାବକ ସୁସ୍ଥ ରହିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଉଭୟ ଶାବକଙ୍କୁ ନିକଟରୁ ପର୍ଯ୍ୟବେକ୍ଷଣ କରୁଛନ୍ତି।

ସୂଚନା ଥାଉକି, ନନ୍ଦନକାନନରେ ଦୁଇ ଶାବକଙ୍କୁ ଜନ୍ମଦେଇଥିଲା ବାଘୁଣୀ ମୌସୁମୀ । ଯାହାପରେ ନନ୍ଦନକାନନରେ ବାଘସଂଖ୍ୟା ୨୯କୁ ବୃଦ୍ଧି ହୋଇଥିଲା । ନନ୍ଦନକାନନର ୨୮ବି ଖୁଆଡ଼ରେ ରହୁଥିବା ଧଳା ବାଘୁଣୀ ମୌସୁମୀ ଦୁଇ ଶାବକ ଜନ୍ମ ଦେଇଥିଲା। ଗୋଟିଏ ଛୁଆ ଧଳା ହୋଇଥିବାବେଳେ ଅନ୍ୟଟି ସାଧାରଣ ରଙ୍ଗର ହୋଇଥିଲା। ୩୦ ଜୁଲାଇ ୨୦୨୪ ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା । ତିନୋଟି ଶାବକ ଜନ୍ମ ଦେଇଥିଲା। ତେବେ ସେମାନଙ୍କର ଠିକ୍ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *