Screenshot 2025 06 11 125302 750

ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ହୋଇଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Spread the love

ଯାଜପୁର: ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ ରୋଗୀ ଓ ପରିବାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ତେବେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଝାଡ଼ାବାନ୍ତି ହୋଇଛି। ୨୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୪୦ରୁ ୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଛି। ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ୨୦ ଜଣଙ୍କୁ କଟକ ଏସ୍‌ସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି।

ସୂଚନା ଥାଉକି ଆଜି ସକାଳ ସୁଦ୍ଧା ୧୫୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧର୍ମଶାଳା ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରରେ ୩୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଛନ୍ତି। ଯାଜପୁର ଅତିରିକ୍ତ ଜିଲ୍ଲାପାଳ ତାପସ ରଞ୍ଜନ ବେହୁରା ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରର ଏକ ଟିମ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *