Screenshot 2025 06 10 230310

ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକମା ସସପେଣ୍ଡ୍

Spread the love

ଭୁବନେଶ୍ବର:କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମାନ ଚକମା ସସପେଣ୍ଡ୍। ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ଧୀମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବାପରେ, ଧୀମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍‌ ମିଳିନାହିଁ। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। । ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଜେଲ ଭିତରେ ଥିବା ମେଡିକାଲରେ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ରଖାଯାଇଥିଲା।

ସୂଚନା ଅନୁଯାୟୀ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ରବିବାର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନଭିନ ବେଳେ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲ୍ଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ସେଠାରେ ଜେରା କରାଯାଇଥିଲା।

Leave a Reply

Your email address will not be published. Required fields are marked *