Screenshot 2025 06 08 192542

ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ୭ଭକ୍ତ ଆହତ

Spread the love

ପୁରୀ:ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି । ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି । ଗରମ ଡାଲି ପଡ଼ିଥିବା ସମସ୍ତ ଭକ୍ତ ନୟାଗଡ଼ ବାସିନ୍ଦା ବୋଲି କୁହାଯାଉଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ଭକ୍ତମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆଜି ଶେଷ ରବିବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିଲା। ଭୋଗ ମଣ୍ଡପ ଉଠିବା ପରେ ଅପରାହ୍‌ଣ ସମୟରେ ବୋଝିଆ ସେବାୟତମାନେ ଗରମ ଡାଲି ନେଇ ଯାଉଥିଲେ। ସେମାନଙ୍କର ଅସାବଧାନତା ‌କାରଣରୁ ଗରମ ଡାଲି ପଡ଼ି ଯାଇଥିଲା ଓ ସେଠାରେ ଥିବା ଭକ୍ତମାନେ ଗରମ ଡାଲିର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି ।

ସେମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।

Leave a Reply

Your email address will not be published. Required fields are marked *