Image 2025 05 21t170424.791

ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

Spread the love

ପୁରୀ: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଆସନ୍ତା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୌରପାଳିକା ଗ୍ରହଣ କରିଥିବା ପଦକ୍ଷେପର ସେ ସମୀକ୍ଷା କରିଛନ୍ତି । ବିଶେଷ କରି ପୁରୀ ହସ୍ପିଟାଲ ଛକରେ କ୍ରସ ଡ୍ରେନ ଗୁଡ଼ିକ କିଭଳି ସଫା କରାଯାଇଛି, ନାଳ, ନର୍ଦ୍ଦମାର ସ୍ଥିତି କିଭଳି ରହିଛ, ଦୀର୍ଘ ଦିନ ଧରି ପଡି କଳଙ୍କି ଖାଇଯାଇଥିବା ଲୁହା ସ୍ଲାବ୍ ଗୁଡ଼ିକର ପରିବର୍ତ୍ତନ, ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପକାଇବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।

ସେହିପରି ସହରରେ ଥିବା ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କିଭଳି କାର୍ଯ୍ୟକାରୀ ହେଉଛି ତାର ସେ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ସିଂଦ୍ୱଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଥିବା ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନାରେ ଲୋକେ କିଭଳି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇବେ, ଡ୍ରିଙ୍କ ଫ୍ରମ୍ ଟ୍ୟାପ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସଫା ସୁତୁରା ରହିବ, ସହରରେ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବ ମଶା ଉପଦ୍ରବ କିଭଳି ନିୟନ୍ତ୍ରଣ କରାଯାଇପାରିବ, ରଥଯାତ୍ରା ସମୀରେ ବର୍ଷା ହେଲେ ତୁରନ୍ତ କିଭଳି ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ପମ୍ପ ଦ୍ବାରା ବର୍ଷା ଜଳ ନିଷ୍କାସିତ ହୋଇପରିବ ସେ ନେଇ ସମୀକ୍ଷା କରିବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ପୁରୀ ହିଁ ରାଜ୍ୟ ସରକରଙ୍କ ସର୍ବାଧିକ ପ୍ରାଥମିକତା ଥିବା ଜିଲ୍ଲା । ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧିନ ଥିବାରୁ ପୌର ନିର୍ବାଚନ ହୋଇପାରିନାହିଁ । ପୁରୀକୁ ପୌର ନିଗମରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ସହ ଖୁବ ଶୀଘ୍ର ପୌର ବିଏଞ୍ଚନ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ ସମୀକ୍ଷା ପରେ କହିଛନ୍ତି । ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *