Ham

ଆତତାୟୀ ଗୁଳିରେ ଲଶ୍କର ସହପ୍ରତିଷ୍ଠାତା ଆମିର ହାମଜା ଗୁୁରୁତର

Spread the love

ପାକିସ୍ତାନର ଲାହୋରରେ ଆତତାୟୀଙ୍କ ଗୁଳିରେ ଲଶ୍କର-ଏ-ତୋଇବା(ଏଲଇଟି) ଆତଙ୍କବାଦୀ ସଂଗଠନର ସହପ୍ରତିଷ୍ଠାତା ଆମିର ହାମଜା ଗୁରୁତର ଆହତ ହୋଇଛି। ଅଜଣା ଆତତାୟୀ ଆମିରକୁ ଗୁଳି କରିଛନ୍ତି। ଦୁଇଦିନ ତଳେ ଲଶ୍କରର ଅନ୍ୟ ଜଣେ ଟପ୍ ଆତଙ୍କୀ ସୈଫୁଲ୍ଲା ଖଲିଦ ମଧ୍ୟ ଆତତାୟୀ ଗୁଳିରେ ନହିତ ହୋଇଥିଲା। ଦୁଇ ଦିନ ମଧ୍ୟରେ ଦୁଇ ଟପ୍‌ ଆତଙ୍କୀଙ୍କୁ ଆତତାୟୀ ଗୁଳି କରିବା ପରେ ଅନ୍ୟ ଆତଙ୍କୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଆମିର ହାମଜା ଲଶ୍କର ଆତଙ୍କୀ ହାଫିଜ ସୟିଦର ଅତି ଘନିଷ୍ଠ। ଲାହୋରସ୍ଥିତ ବାସଭବନରେ ଆମିର ଗୁଳିବିଦ୍ଧ ଅବସ୍ଥାରେ ପଡ଼ିଥିଲା। ତା’କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତା’ର ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *