Digha Temple 750x430

ଦୀଘା ‘ଜଗନ୍ନାଥ ଧାମ’ ନିଷ୍ପତ୍ତି ପ୍ରସଙ୍ଗ: ଗଜପତିଙ୍କୁ ଚିଠି ଲେଖି ଦୋଷ ଛଡ଼ାଇଲା ଇସ୍କନ

Spread the love

ପୁରୀ: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ କିଛି ଦିନ ହେବ ବାଦ ବିବାଦ ଚାଲିଥିଲା। ଶ୍ରୀମନ୍ଦିରରୁ ବଳକା ଦାରୁ ଅଂଶ ନିଆଯାଇ ଚତୁର୍ଦ୍ଧା ବିଗ୍ରହ ନିର୍ମାଣ ପରେ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ହେଲା। ଦଇତାପତି ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ବଙ୍ଗଳା ଚ୍ୟାନେଲକୁ ଦେଇଥିବା ଏହି ପ୍ରତିକ୍ରିୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସେପଟେ ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ନିଆଁରେ ଘିଅ ଢାଳିଲା। ଏନେଇ ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ଏହି ଲେଖିଥିବା ଚିଠିର ଆସିଛି ଉତ୍ତର।

ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ ଧରାପଡ଼ିଛି। ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ ଆହୁରି ଖୁଲାସା କରିଛି। ଚିଠିରେ ଇସ୍କନ ପକ୍ଷରୁ କୁହାଯାଇଛି, ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ଇସ୍କନର ଭୂମିକା ଶୂନ। ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି। ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଯେଉଁ ଟ୍ରଷ୍ଟ ଗଠନ ହୋଇଛି ସେଥିରେ ଇସ୍କନର ମାତ୍ର ଜଣେ ସଦସ୍ୟ ରହିଛନ୍ତି। ଇସ୍କନକୁ କେବଳ ସେବାପୂଜା ଦାୟିତ୍ୱ ଦିଆଯାଇଛି। ଶ୍ର୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିରର ଜଣେ ଟ୍ରଷ୍ଟି।

ପୁରୀରୁ କାଠରେ ଦିଅଁ ନିର୍ମାଣ କରି ଆଣିବା ସହ ଏହି ଦଇତାପତି ଦୀଘାରେ ପ୍ରାଣ ପ୍ରତିଷ୍ଠା କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦଇତାପତିଙ୍କ ଶିଷ୍ୟା ବୋଲି ମଧ୍ୟ କହିଥିଲେ। ଯେହେତୁ ଦୀଘାକୁ ଜଗନ୍ନାଥ ଧାମ ନିଷ୍ପତ୍ତି ମମତା ସରକାର ନେଇଛନ୍ତି ଏହାର ଠିକ୍‌ ଉତ୍ତର ସେ ଦେଇପାରିବେ ବୋଲି ଇସ୍କନ କହିଛି। ଏନେଇ ଗଣମାଧ୍ୟମକୁ ଇସ୍କନ କମ୍ୟୁନିକେସନ ନିର୍ଦ୍ଦେଶକ ପ୍ରେମାନନ୍ଦ ଦାସ କହିଛନ୍ତି, ଦୀଘାରେ ମନ୍ଦିର ନିର୍ମାଣ ନିମନ୍ତେ ନିହାତି ୩ ବର୍ଷ ଲାଗିଥିବ। ଏହା ପୂର୍ବରୁ ଟ୍ରଷ୍ଟ ହୋଇଥିବ। ଟ୍ରଷ୍ଟର ନାମ ହେଉଛି ‘ଜଗନ୍ନାଥ ଧାମ’ ଟ୍ରଷ୍ଟ। ଏହି ଟ୍ରଷ୍ଟର ଯେଉଁ ଗଭର୍ଣ୍ଣିଂବଡି କରାଯାଇଛି ଏଥିରେ ଇସ୍କନର ହସ୍ତକ୍ଷେପ ନାହିଁ।

ଇସ୍କନର ଯେଉଁ ଜଣେ ସଦସ୍ୟ ଏହି ଟ୍ରଷ୍ଟରେ ରହିଛନ୍ତି ସେ ମାତ୍ର ୨ ମାସ ତଳେ ସଦସ୍ୟ ହୋଇଛନ୍ତି। ତେଣୁ ଇସ୍କନର ସମ୍ପୃକ୍ତି ଜଗନ୍ନାଥ ଧାମ ନିଷ୍ପତ୍ତି ପଛରେ ଆଦୌ ନାହିଁ। ବିବାଦର ସମାଧାନ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରାଯାଇ ହୋଇପାରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *