ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ
ଅପରେସନ ସିନ୍ଦୂର ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ୩ସେନାର ମୁଖ୍ୟ । ବୁଧବାର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏ.ପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ.ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସମ୍ପର୍କରେ ଅବଗତ କରାଇଛନ୍ତି । ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି । ଯାହା ଆତଙ୍କବାଦ ପ୍ରତି ଭାରତର କାର୍ଯ୍ୟାନୁଷ୍ଠାକୁ ଏକ ଚମତ୍କାର ସଫଳତା ବୋଲି କୁହାଯାଇଛି ।