Chse Results

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ, ପାସ୍‌ ହାର ୯୩.୬୬ ପ୍ରତିଶତ ରେକର୍ଡ

Spread the love

ଭୁବନେଶ୍ବର: ପ୍ରଥମେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ପାସ୍‍ହାର ୯୩.୬୬ ପ୍ରତିଶତ ରହିଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୨.୩୭ ପ୍ରତିଶତ ଅଧିକ ରହିଛି । ବର୍ତ୍ତମାନ ସିବିଏସଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି ।

ଭୁବନେଶ୍ୱର ଜୋନରେ ପାସହାର୍ ୯୨.୬୪ ପ୍ରତିଶତ ରହିଛି । ଦଶମ ରେଜଲ୍ଟରେ ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ ରହିଥିବାରୁ ଏଠାରେ ପାସହାର ୯୯.୭୯ ପ୍ରତିଶତ ରହିଛି । ସେହିପରି ବିଜୟୱାଡା ପାସହାର ୯୯.୭୯ପ୍ରତିଶତ ଏବଂ ବେଙ୍ଗାଲୁରୁ ପାସ୍‍ହାର ୯୮.୯୦ପ୍ରତିଶତ । ଚଳିତ ବର୍ଷ ସିବିଏସଇ ଦଶମରେ ୨୩ ଲକ୍ଷ ୭୧ହଜାର ୯୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସିବିଏସଇ ଦଶମ ପରୀକ୍ଷା ଫଳ ୨୦୨୫ ରୋଲ ନମ୍ବର ଦ୍ୱାରା ଅନଲାଇନରେ ଯାଞ୍ଚ କରାଯାଇପାରିବ । ସିବିଏସଇ ଅଫିସିଆଲ ୱେବସାଇଟରେ cbse.gov.in ଏବଂ cbseresults.nic.in ବ୍ୟତୀତ ଏହି ଲାଇଭ୍ ନ୍ୟୁଜରେ ପ୍ରତ୍ୟେକ ବିବରଣୀ ଯାଞ୍ଚ କରିହେବ ।

Leave a Reply

Your email address will not be published. Required fields are marked *