ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ
ପୁରୀ : ଦିଘା ଜଗନ୍ନାଥ ମନ୍ଦିର ବିବାଦରେ ଜଡ଼ିତ ହୋଇ ପଡ଼ିଥିବା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ ହୋଇଛନ୍ତି । ବଳକା ଦାରୁରେ ଦିଘା ମନ୍ଦିର ଜଗନ୍ନାଥ ବିଗ୍ରହ ନିର୍ମାଣ ନେଇ ଦ୍ବନ୍ଦ୍ବାତ୍ମକ ଏବଂ ବିବାଦୀୟ ବୟାନ ଦେଇ ଥିବା ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୈଫିୟତ ମଗା ଯାଇଥିଲା । ଆଜି ତାଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି ।
ସେ ୩୦ ଦିନ ଯାଏ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ କିମ୍ବା କୌଣସି ସେବାରେ ନିୟୋଜିତ ହେବେ ନାହିଁ । ଶ୍ରୀମନ୍ଦିର ମର୍ଯ୍ୟାଦା କ୍ଷୂଣ୍ଣ କରିଥିବା ଅଭିଯୋଗରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବିତ କରିଛନ୍ତି ।