Heat

୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର, ୧୯ ଜିଲ୍ଲାକୁ ଆଲର୍ଟ ଜାରି

Spread the love

ଭୁବନେଶ୍ୱର : ଅସମ୍ଭାଳ ତାତି ।  ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ।  ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ।  ରାଜଧାନୀ ଭୁବନେଶ୍ବରର ତାପମାତ୍ରା ରହିଛି ୪୦ .୪ ଡିଗ୍ରୀ ସେଲସିୟସ । ୪୦ ଡିଗ୍ରୀ ଉପରେ ରହିଛି ୪ ସହର ।  ୧୫ ତାରିଖ ଯାଏ ଜଳିବ ଓଡ଼ିଶା ।

ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି କହିଛି ପାଣିପାଗ ବିଭାଗ ।   କାଲି ୧୩ ଜିଲ୍ଲାରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେବ ।  ସେହିପରି ୧୩ ତାରିଖରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ପାଇଁ ୧୯ ଜିଲ୍ଲାକୁ ଆଲର୍ଟ ହୋଇଛି ।

ତା ମଧ୍ୟରୁ ୯ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି ।  ୧୫ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *