ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍ ପ୍ରଧାନମନ୍ତ୍ରୀ ଶୃଗାଳ
ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା ଦେଇ ଜଣେ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପାକିସ୍ତାନର ରାଜନୀତି ଓ ସାମରିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ପାକିସ୍ତାନ ସଂସଦରେ ଏମପି ଜଣକ କହିଛନ୍ତି, ଶେହବାଜ ସରିଫ ନରେନ୍ଦ୍ର ମୋଦିଙ୍କ ନାମ ନେବାକୁ ଭୟ କରୁଛନ୍ତି। ଆମର ସୈନ୍ୟବାହିନୀ ଏକ ସିଂହ ଦ୍ୱାରା ନୁହେଁ, ଶୃଗାଳ ଦ୍ୱାରା ଚାଲୁଛିି। ଆମର ସୈନ୍ୟମାନେ ମନୋବଳ ହରାଇଛନ୍ତି। ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ କରାଯାଇଥିବା ଆକ୍ରମଣକୁ ମଜବୁତ ନେତୃତ୍ୱର ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି। ସେ ମୋଦିଙ୍କ ନିଷ୍ପତ୍ତି ଓ ଭାରତୀୟ ସୈନ୍ୟବାହିନୀର କାର୍ଯ୍ୟଦକ୍ଷତାର ପ୍ରଶଂସା କରି କହିଛନ୍ତି ଯେ ପାକିସ୍ତାନର ନେତୃତ୍ୱ ଏହାର ତୁଳନାରେ ଦୁର୍ବଳ ଓ ନିଷ୍କ୍ରିୟ।