ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ଉଜ୍ଜୈନରେ ସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ୱାରରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଇଛି । ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ୩ଟି ଗାଡି ସହ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ମନ୍ଦିର ପରିସରରେ ସିସିଟିଭି କଣ୍ଟ୍ରୋଲ୍ ରୁମ୍ର ଉପରେ ରଖାଯାଇଥିବା ବ୍ୟାରେଟରୀରୁ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଜଣାପଡିଛି। ମହାକାଳ ମନ୍ଦିରର କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।