Landslide 750x430

ହିମାଚଳପ୍ରଦେଶରେ ଭୂସ୍ଖଳନ, ୬ ମୃତ

Spread the love

ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ମଣିକର୍ଣ୍ଣ ଅଞ୍ଚଳରେ ରବିବାର ଭୂସ୍ଖଳନ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମଣିକର୍ଣ୍ଣ ସାହିବ ନିକଟରେ ରାସ୍ତାପାର୍ଶ୍ବରେ କିଛି ଲୋକ ବସିଥିଲେ। ଏହି ସମୟରେ ହଠାତ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ଦ୍ଵାରା ନିକଟରେ ଥିବା ବିରାଟ ଗଛ ଉପୁଡ଼ିଯାଇ ରାସ୍ତାପାର୍ଶ୍ବରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିଲା, ଯାହା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ପ୍ରାଣହାନୀ ଘଟିଥିଲା।

Leave a Reply

Your email address will not be published. Required fields are marked *