ଭୁବନେଶ୍ଵରରେ ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି, କନଭୟ ପାଟ୍ରୋଲିଂ ଆରମ୍ଭ
ଭୁବନେଶ୍ଵର : ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି । ରାମ ନବମୀ ଓ ଇଦ୍ ପାଇଁ ଭୁବନେଶ୍ଵରରେ ହାଇ ସିକ୍ୟୁରିଟି । କମିସନରେଟ ପୋଲିସର ବ୍ୟାପକ କନଭୟ ପାଟ୍ରୋଲିଂ ଆରମ୍ଭ ହୋଇଛି । ସବୁ ଗଳି କନ୍ଦିରେ ପାଟ୍ରୋଲିଂ ହେଉଛି । ଖଟି ସ୍ଥାନ ହେଉ ବା ଅଧିକ ଭିଡ ଭିଡ ସ୍ଥାନରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଅପରାଧୀ ମାନଙ୍କୁ ସର୍ତକ କରାଯାଇଛି। ଯେଉଁ ମାନେ ଅଧିକ ଉତ୍ପାତ କରୁଛନ୍ତି ସେମାନଙ୍କୁ ତାଗିଦ୍ କରୁଛନ୍ତି । ୱାରେଣ୍ଟ ଅପରାଧୀଙ୍କ ନାଁରେ ଲଟକା ଜାରି ହେଉଛି। ଏହା ସହ ସୋସିଆଲ ମିଡ଼ିଆରେ ଯଦି କେହି କୌଣସି ଆପତ୍ତିଜନକ ପୋଷ୍ଟ କରିବେ ତା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତରେ ରହିଛି କମିସନରେଟ ପୋଲିସ୍ ।